ରାଇରଙ୍ଗପୁର,୨୮/୧୦ : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଚଂପାଉଦା ଗ୍ରାମ ବେହେରା ସାହିରେ ନାବାଳକ ପୁତ୍ରର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଉକ୍ତ ବେହେରା ବସ୍ତିର ଜିତେନ ବେହେରାଙ୍କ ୧୦ବର୍ଷର ପୁଅ ରାଜ ଘରେ ଥିଲେ । ଏହି ସମୟରେ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ଫଳରେ ଘର ଭିତରକୁ ପାଣି ପଶିବାରୁ ଘର ଝରକା ବନ୍ଦ କରିବା ପାଇଁ କବାଟ ଟାଣିବାରୁ ନଜରରେ ନ ଥିବା ଝରକା କବାଟରେ ଝୁଲି ରହିଥିବା ଏକ ବିଦ୍ୟୁତ ତାର ସଂଷ୍ପର୍ସରେ ଆସି ଗୁରୁତର ହୋଇ ପଡ଼ିଥିଲେ । ତୁରନ୍ତ ପରିବାର ଲୋକେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ନାବାଳକ ରାଜକୁ ମୃତ ଘୋଷଣା କରିଥିଲେ।