ନୂଆଦିଲ୍ଲୀ: ପିଏମ୍ ମୋଦି ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁ ଜଲଦି ଏକ ବୌଠକ କରିବାକୁ ଯାଉଛନ୍ତି। ଚଳିତ ମାସ ଶେଷ ଭାଗରେ ମାଲେସିଆର କ୍ୱାଲାଲମ୍ପୁରରେ ହେବାକୁ ଥିବା ଆସିଆନ୍(ASEAN) ଶିଖର ସମ୍ମିଳନୀ ଅବସରରେ ଏହି ବୈଠକ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଏନେଇ ପ୍ରଧାନମନ୍ତ୍ରୀ ମୋଦି ୪୭ତମ ASEAN ବୈଠକରେ ଯୋଗ ଦେବାକୁ ଆସନ୍ତା ଅକ୍ଟୋବର ୨୬-୨୭ ତାରିଖରେ ମାଲେସିଆ ଗସ୍ତ କରିବାକୁ ଯୋଜନା ରଖିଛନ୍ତି। ଏହାସହ ମାଲେସିଆ ମଧ୍ୟ ଟ୍ରମ୍ପଙ୍କୁ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ଯଦି ଟ୍ରମ୍ପ ଏହି ବୈଠକରେ ଯୋଗ ଦେବାକୁ ନିଜର ସମର୍ଥନ ଜଣାନ୍ତି ତେବେ ଏହା ଆମେରିକାର ଟାରିଫ ବମ ପରେ ଦୁଇ ଦେଶର ନେତାଙ୍କ ପ୍ରଥମ ବୈଠକ ହେବ।
ଆପଣଙ୍କୁ ଜଣାଇରଖୁ ଯେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଅଧିକ ଟାରିଫ ଲାଗୁ କରିବା ସହ ପାକିସ୍ତାନ ସହ ନିକଟତର ହୋଇଛନ୍ତି। ଭାରତ ରୁଷ ସହ କରୁଥିବା ତୈଳ କାରବାର ପାଇଁ ଆମେରିକା ଏହି ଟାରିଫ ଲାଗୁ କରିଥିବା ଘୋଷଣା କରିଥିଲା। ଯାହା କାରଣରୁ ଉଭୟ ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ପରିସ୍ଥିତିରେ ସମ୍ପର୍କ ଅତ୍ୟନ୍ତ ଖରାପ ରହିଛି।
ଏହାଛଡା ବିଗତ କିଛିମାସ ହେବ ଟ୍ରମ୍ପ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ଅନେକ ନେତା ଭାରତ ବିରୋଧି ମନ୍ତବ୍ୟ ଦେବାରେ ଲାଗି ରହିଛନ୍ତି। ଏମିତିକି ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ରୁଷ-ୟୁକ୍ରେନ ଯୁଦ୍ଧକୁ ମୋଦିଙ୍କ ଯୁଦ୍ଧ ବୋଲି ଦାବି କରିଥିଲେ। ଲାଗିରହିଥିବା ଏହି ଉତ୍ତେଜନାକୁ ଲକ୍ଷ କରି ଦୁଇ ଦେଶର ଅଧିକାରିମାନେ ବାଣିଜ୍ୟ ଚୁକ୍ତିକୁ ନେଇ କଥାବର୍ତ୍ତା ଜାରି ରଖିଛନ୍ତି।
ଗୋଟିଏ ପଟେ ଟ୍ରମ୍ପ ମୋଦିଙ୍କୁ ନିଜର ଭଲ ବନ୍ଧୁ କହୁଥିବା ବେଳେ ଅନ୍ୟପଟେ ଭାରତୀୟ ପଣ୍ୟ, ଫାର୍ମା ଉପରେ ଉଚ୍ଚ ହାରର ଟାରିଫ କଷିଛନ୍ତି। ଯେଉଁଥିପାଇଁ ଟ୍ରମ୍ପଙ୍କ ଦୋମୁହାଁନୀତି ପଦାରେ ପଡିଛି। ଏହାସହ ଆମେରିକାର ଅନେକ ଅଧିକାରୀ ବାରତ ବଲି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସହଯୋଗି ରାଷ୍ଟ୍ରକୁ ହାତଛଡା କରିବାକୁ ଚାହୁଁନାହାନ୍ତି। ଏଣୁ ଉବୟ ଦେଶର ମୁଖ୍ୟଙ୍କ ମଧ୍ୟରେ କଥାବର୍ତ୍ତା କରି ଏତିନିମନ୍ତେ ଏକ ବିକଲ୍ପ ଯୋଜନା ତିଆରି କରିବାକୁ ଆମେରିକାର ଅଧିକାରୀମାନେ ଯୋଜନା କରୁଛନ୍ତି। ଆସନ୍ତା ASEAN ବୈଠକ ଏହି ନିଷ୍ପତ୍ତି ପାଇଁ ଠିକ ଯାଗା ବୋଲି ଅନୁମାନ କରାଯାଉଛି। ଏହାସହ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ବହୁ ଜଲଦି ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ବୈଠକ ହେବ ବୋଲି ସୂଚନା ପ୍ରକାଶ କରିଥିଲେ।
ଚଳିତବର୍ଷ ASEAN ସମ୍ମିଳନୀ ମାଲେସିଆରେ ଆୟୋଜିତ ହେଉଛି। ଯେଉଁଠି ଭାରତକୁ ପ୍ରତିନିଧିତ୍ତ୍ୱ କରିବା ପାଇଁ ପିଏମ୍ ମୋଦୀ ଏଥିରେ ଅଂଶଗ୍ରହଣ କରିବେ। ଟ୍ରମ୍ପଙ୍କ ପ୍ରଶାସନ ୟୁଏସ୍-ଭାରତ ବାଣିଜ୍ୟ କ୍ଷତିକୁ ହ୍ରାସ କରିବା ପାଇଁ 'America First' ନୀତି ଅନୁସରଣ କରୁଛି। ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନାକୁ ଜଟିଳ କରିଛି। ପୂର୍ବରୁ, ୨୦୨୪ରେ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଏହି ନୀତି ଆହୁରି କଡାକଡି ହୋଇଛି। PM ମୋଦୀ ଏହାକୁ ସମାଧାନ କରିବା ପାଇଁ ବିକଳ୍ପ ବଜାର ଖୋଜିବା ସହ WTOରେ ଆଲୋଚନା ଜାରି ରଖିଛନ୍ତି।
ଏହି ବୈଠକ ବାରତ ଉଭୟ ଦେଶକୁ ଟାରିଫ ହ୍ରାସ କରିବା କିମ୍ବା ବାଣିଜ୍ୟ ଚୁକ୍ତି ଉପରେ ନୂତନ ଆଲୋଚନା ଆରମ୍ଭ କରିବାର ସୁଯୋଗ ପ୍ରଦାନ କରିବ। ଏହା ଭାରତୀୟ ଅର୍ଥନୀତିକୁ ସ୍ଥିର ରଖିବା ଓ ASEAN ସହ ସମ୍ପର୍କ ମଜବୁତ୍ କରିବାରେ ମଧ୍ୟ ସାହାଯ୍ୟ କରିବ। ଯଦି ଏହି ବୈଠକ ସଫଳ ହୁଏ, ତେବେ ଏହା ଦୁଇ ଦେଶ ମଧ୍ୟରେ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିନ୍ତୁ ଏନେଇ ଏବେ ମଧ୍ୟ ରାଜନୈତିକ ଅନିଶ୍ଚିତତା ଲାଗି ରହିଛି।