ନୂଆଦିଲ୍ଲୀ, ୨୦/୦୭ : ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ବିଶ୍ୱ ଚାମ୍ପିଅନ ହୋଇଛି। ୨୦୧୦ ପରେ ଦଳ ୧୬ ବର୍ଷ ପରେ ଦ୍ୱିତୀୟ ଟାଇଟଲ ସ୍ୱପ୍ନ ପୂରା କରିଛି। ଆର୍ଜେଣ୍ଟିନାର ବିଶ୍ୱକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି। ତେବେ ଏହି ହାଇଭୋଲ୍ଟେଜ ମୁକାବିଲାରେ ସବୁଠୁ ଅଧିକ ଚର୍ଚ୍ଚାରେ ୩୯ ବର୍ଷୀୟ ଲିଓନେଲ ମେସି ଏବଂ ୧୯ ବର୍ଷୀୟ ଲାମିନ ୟମାଲ ଅଛନ୍ତି। ଫାଇନାଲ୍ ପୂର୍ବରୁ ଦୁହିଁଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଛି। ଏହି ଫଟୋରେ ମେସି ୟମାଲଙ୍କୁ କୋଳରେ ଧରିଛନ୍ତି। ସ୍ପେନ୍ ବିଶ୍ଵକପ୍ ଜିତିବା ପରେ ୟମାଲ ମେସିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ମେସିଙ୍କ ବିଷୟରେ ତାଙ୍କ ପିଲାମାନଙ୍କୁ ଜଣାଇଲେ ବୋଲି ୟମାଲ କହିଛନ୍ତି।

ୟମାଲ କହିଛନ୍ତି ଯେ, "ଆଜି ମୁଁ ସ୍ପେନ୍ ପାଇଁ ବିଶ୍ଵକପ୍ ଜିତିଛି, ଏହି ଅନୁଭୂତିକୁ ମୁଁ ମୋ ପିଲାମାନଙ୍କ ସହ ସେୟାର କରିବି। ଯେଉଁ ଲୋକ ମୋତେ କୋଳରେ ଧରିଥିଲେ, ସେ ପିଚ୍ ର ଗୋଟିଏ ପଟେ ଠିଆ ହୋଇ ମୋ ସହ ପ୍ରତିଦ୍ଵନ୍ଦିତା କରୁଥିଲେ। ଆମେ ଦୁହେଁ ଗୋଟିଏ ସ୍ଵପ୍ନ ପାଇଁ ଆରପାର୍ ଲଢୁଥିଲୁ। ଅନ୍ତିମ ହ୍ୱିସିଲ୍ ପରେ ଯେତେବେଳେ ମୁଁ ମେସିଙ୍କୁ ଦେଖିଲି, ମୁଁ କେବଳ ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଖି ନଥିଲି, ମୁଁ ଏପରି ଜଣେ ବ୍ୟକ୍ତିଙ୍କୁ ଦେଖିଥିଲି ଯିଏ ମୋ ପରି ଲକ୍ଷ ଲକ୍ଷ ପିଲାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ଯେ ଫୁଟବଲ୍ ଏକ କଳା। ଦିନେ ମୁଁ ସେହି ବ୍ୟକ୍ତିଙ୍କ ଭିଡିଓକୁ ବାରମ୍ଵାର ଦେଖି ତାଙ୍କୁ ନକଲ କରିବାକୁ ଚେଷ୍ଟା କରୁଥିଲି। "

ୟମାଲ ପୁଣି କହିଛନ୍ତି ଯେ, "ମୁଁ ଜାଣେ ଏହି ପରାଜୟ ତାଙ୍କୁ ଆଘାତ ଦେଇଥିବ । ଯଦି ତୁମେ ଏତେ ଉତ୍ସାହର ସହିତ ନ ଖେଳୁଛ, ଦେଶର ନେତୃତ୍ୱ ନେଉନାହଁ, ତାହେଲେ ବିଶ୍ୱକପ୍ ଫାଇନାଲରେ ହାରିବା ଦୁଃଖ ରହିବନି । ହେଲେ ମେସି ପରାଜୟ ସମୟରେ ମଧ୍ୟ ବଲ୍ ମାଗି ଚାଲିଥିଲେ, ବାରମ୍ଵାର ସୁଯୋଗ ସୃଷ୍ଟି କରୁଥିଲେ ଏବଂ ଦୃଢ ମନୋବଳ ବଜାୟ ରଖିଥିଲେ। କେବଳ ଚାମ୍ପିଅନମାନେ ଏହା ହିଁ କରପାରନ୍ତି। ଲୋକମାନେ ସ୍ପେନର ବିଶ୍ଵକପ୍ ବିଜୟ ନେଇ ଚର୍ଚ୍ଚା କରିବେ। କରିବା ବି ଉଚିତ୍। ହେଲେ ସେମାନେ ଏହା ମଧ୍ୟ ମନେ ରଖିବେ ଯେଉଁ ବୟସରେ ଅଧିକାଂଶ ଖେଳାଳି ଅବସର ନିଅନ୍ତି ସେହି ବୟସରେ ମେସି ନିଜ ଦେଶ ପାଇଁ ଲଢୁଥିଲେ। ମେସି ଯେତେବେଳେ ବି ବଲକୁ ଛୁଅଁନ୍ତି, ଦୁନିଆର ବଡ଼ ବଡ଼ ଡିଫେଣ୍ଡର ଘାବରେଇ ଯାଆନ୍ତି।"

ଆହୁରି ପଢନ୍ତୁ-Lionel Messi Crying: ସ୍ପେନ୍ଠାରୁ ହାରି ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ୍ ମେସି, ଅଟକାଇ ପାରିଲେନି ଲୁହ