ବ୍ରହ୍ମପୁର, ୦୫/୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରି-କ୍ରିଏସନ । କ୍ରାଇମ୍ ସ୍ପଟ୍ରେ ସିନ୍ ରି-କ୍ରିଏସନ କଲା ବ୍ରହ୍ମପୁର ପୁଲିସ । କଡ଼ା ସୁରକ୍ଷା ବଳୟ ଭିତରେ ସାର୍ପ ସୁଟର କୁରୁପତି ଭୂଆଁ ଏବଂ ସହଯୋଗୀ ଅର୍ଥାତ୍ ବାଇକ୍ ଚାଳକ ଚିଣ୍ଟୁ ପ୍ରଧାନ ଡେମୋ ଦେଖାଇଲେ । କେମିତି ଆସି ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଉଭୟ ଡେମୋ ଦେଖାଇଛନ୍ତି ।
ସୂଚନା ଅନୁଯାୟୀ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବୁଧବାର ୬ଜଣ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡ ମିଳିବା ପରେ ଆକ୍ସନକୁ ଆସିଛି ବ୍ରହ୍ମପୁର ପୁଲିସ । କ୍ରାଇନ୍ ସିନ୍ ରି-କ୍ରିଏସନ ପାଇଁ ସାର୍ପ ସୁଟର କୁରୁପତି ଭୂଆଁ ଏବଂ ସହଯୋଗୀ ଚିଣ୍ଟୁ ପ୍ରଧାନକୁ ଘଟଣାସ୍ଥଳକୁ ଆଣିଥିଲା । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ କ୍ରାଇମ୍ ସ୍ପଟ୍ରେ ଦୁଇ ଅଭିଯୁକ୍ତ ପୁଲିସକୁ ଘଟଣାର ଡେମୋ ଦେଖାଇଛନ୍ତି । ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ପ୍ରଥମେ ନମସ୍କାର କରି ପଏଣ୍ଟ୍ ବ୍ଲାଙ୍କରୁ ଗୁଳି କରି କେମିତି ଖସିଯାଇଥିଲେ ଗୋଟି ଗୋଟି କରି କହିଛନ୍ତି ସାର୍ପ ସୁଟର କୁରୁପତି ଭୂଆଁ ଏବଂ ଚିଣ୍ଟୁ ପ୍ରଧାନ ।
ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୁଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ହେଲେ କୋର୍ଟ ଉମା ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ୬ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡ ମିଳିବା ପରେ ବ୍ରହ୍ମପୁର ପୁଲିସ କୁରୁପତି ଏବଂ ଚିଣ୍ଟୁକୁ ନେଇ ଘଟଣାସ୍ଥଳରେ ସିନ୍ ରି-କ୍ରିଏସନ କରିଛି ।...