ଫିରିଙ୍ଗିଆ,୩/୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଲାପାଲି ନିକଟରେ ଏକ ସରକାରୀ ବସ ଡ୍ରାଇଭରଙ୍କୁ ଅନ୍ୟ ଏକ ଘରୋଇ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମାଡ଼ ଅଭିଯୋଗ । ଅଭିଯୋଗକୁ ନେଇ ଉଭୟ ସରକାରୀ ବସ ଓ ଘରୋଇ ବସ କର୍ମଚାରୀ ତରଫରୁ ଫିରିଙ୍ଗିଆ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ଓଭର ଟେକ କରିବାକୁ ନେଇ ବୁଧବାର ଫୁଲବାଣୀଠାରୁ ମଣ୍ଡା ସରୁ ଯାଉଥିବା ଏକ ସରକାରୀ ବସ ଓ ଫୁଲବାଣୀଠାରୁ ସାଡୀଙ୍ଗିଆ ଯାଉଥିବା ଶୁଭଲଷ୍ମୀ ନାମକ ଏକ ଘରୋଇ ବସର ଡ୍ରାଇଭର ଓ କଣ୍ଡକ୍ଟର ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ନିକଟରେ ହଠାତ ସରକାରୀ ବସକୁ ଅଟକାଇ ବସର ଡ୍ରାଇଭର ଙ୍କୁ ଏକ  ଲୁହା ରଡ଼ ରେ ଅତର୍କିତ ଆକ୍ରମଣ କରିଥିଲେ । ଏହାକୁ ନେଇ ବସର ଡ୍ରାଇଭର ଦିଲୀପ କୁମାର ବେହେରା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘରୋଇ ବସ ଶୁଭଲଷ୍ମୀର କଣ୍ଡକ୍ଟର ଓ ଡ୍ରାଇଭର ମଧ୍ୟ ସରକାରୀ ବସ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ନାରେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି I ତେବେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ଫିରିଙ୍ଗିଆ ଥାନାରେ ୧୦୧ ଓ ୧୦୨ ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା କହିଛନ୍ତି । ଘଟଣାର ତଦନ୍ତ ଦାୟିତ୍ୱରେ ଅଛନ୍ତି ପୋଲିସ ଏଏସଏଇ କୃଷ୍ଣଚନ୍ଦ୍ର ଗୌଡ଼ ।