ଭୁବନେଶ୍ବର,୧୫/୧୦:  ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ୫ କିଲୋ ଜାଗାରେ ମିଳିବ ୧୦ କିଲୋ ଚାଉଳ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ସେ କହିଛନ୍ତି, ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି, ଚିନ୍ତା କରାଯାଉଛି। ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ରାସନ କାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।