ଭୁବନେଶ୍ବର,୧୭/୧୦ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’ । ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା ।
ଏ ନେଇ ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ପର୍ବପର୍ବାଣୀ ସମୟରେ ଭାରତ ସରକାରଙ୍କ 'ନୋ ଗିଫ୍ଟ ପଲିସି' ଆଧାରରେ ରାଜ୍ୟ ସରକାର ମଧ୍ୟ ସମାନ ନୀତି ଆପଣାଇଛନ୍ତି । ଏହି ନୀତି ଅନୁଯାୟୀ କୌଣସି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଉପହାର ଆଦାନପ୍ରଦାନ ବା ଏହାସହ ଜଡ଼ିତ ଖର୍ଚ୍ଚ କରାଯିବ ନାହିଁ । ସମସ୍ତଙ୍କୁ ଅନୁରୋଧ କରୁଛି ମୋ କାର୍ଯ୍ୟାଳୟକୁ ଉପହାର ନେଇ ଆସିବେ ନାହିଁ।’