ଭୁବନେଶ୍ବର,୬/୧୧ :  ଭାରତର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେଶ ଭକ୍ତିମୟ ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ସୃଷ୍ଟି କରିଛନ୍ତି ।

ଏହି ଆନିମେସନ୍‌ରେ ମାନସ କୁମାର ସାହୁ ସୁନ୍ଦର ଭାବେ “ବନ୍ଦେ ମାତରମ୍” ଗୀତର ଯାତ୍ରାକୁ ଚିତ୍ରିତ କରିଛନ୍ତି । ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଅମର ଗୀତ କିପରି ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ପ୍ରେରିତ କଲା, ତାହା ଏହି କଳାକୃତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି । ଏହି ସୃଜନ ହେଉଛି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପ୍ରତି ତାଙ୍କ ଅମର କୃତିକୁ ଏକ ଶ୍ରଦ୍ଧାଞ୍ଜଳି ।