ଭୁବନେଶ୍ୱର,୧୨/୦୯: ବିଜେଡିରେ କନ୍ଦଳ ଥମିବାର ନାଁ ଧରୁନି । ଅସନ୍ତୁଷ୍ଟ ଲଗାତାର ନିଆଁ ଉଗାଳୁଛନ୍ତି । ଦଳ ଭିତରେ ରହି ଦେଉଛନ୍ତି ଦଳ ବିରୋଧ ମନ୍ତବ୍ୟ। ଏହାରି ଭିତରେ ବିଜେଡି ନେଇଛି ବଡ଼ ଆକ୍ସନ୍।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ ହୋଇଛନ୍ତି । ତେବେ ଦଳରୁ ବାହାର ହେବା ପରେ ମୁହଁ ଖୋଲିଥିଲେ ପ୍ରଫୁଲ୍ଲ । ସେ କହିଥିଲେ ଯେ, ନିଲମ୍ବନ ପୂର୍ବରୁ ସେ ଇସ୍ତଫା ଦେଇସାରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ପରେ ବିଜେଡିର ଜଣଙ୍କ ପର ଜଣେ ତୁଙ୍ଗ ନେତା ବୟାନ ଦେଉଛନ୍ତି । ପ୍ରଫୁଲ ମଲ୍ଲିକଙ୍କୁ କୁଚକ୍ରୀ କହି ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେ କହିଛନ୍ତି, ଦଳ ଭିତରେ ରହି ଯେଉଁମାନେ କୁଚକ୍ରୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବା ବେଳେ ସେ ମନ୍ତ୍ରୀ ହେଉଥିଲେ । ଆଉ କିଏ କାହିଁକି ମନ୍ତ୍ରୀ ହେଲେ ନାହିଁ ବୋଲି ସେତେବେଳେ ସେ କହୁନଥିଲେ । ନେତାଙ୍କର କୌଣସି କଥାକୁ ସେ ବାହାରେ ପ୍ରଚାର କରୁଥିବାରୁ ଦଳ ପଦକ୍ଷେପ ନେଇଛି । ଦଳ ପ୍ରଫୁଲ୍ଲଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି । ଯେତେବେଳେ କ୍ଷମତା ଥିଲା, ସେତେବେଳେ ବିଚାର ଆଦର୍ଶ ଥିଲା । ଏବେ ଦଳ କ୍ଷମତାରେ ନଥିବାରୁ ଦଳର ବିଚାର ଆଦର୍ଶ ନାହିଁ ବୋଲି କହୁଛନ୍ତି । ଏମାନେ ଶୀତ ଓ ବସନ୍ତ ୠତୁର ପକ୍ଷୀ । ଖରା ଓ ବର୍ଷା ସହିବାକୁ ପ୍ରସ୍ତୁତ ନୁହେଁ । ଦଳର ଭଲ ସମୟରେ ରହିବେ, ଖରାପ ସମୟରେ ଉଡ଼ିଯିବେ । ଏଇଟା ହେଉଛି ସେମାନଙ୍କର ଚରିତ୍ର । ଦଳର ବରିଷ୍ଠ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ ମିଳୁଥିଲା । ସମ୍ମାନକୁ ସେ ଉପଭୋଗ କରିଛନ୍ତି । ସେ କଥା ଭୁଲି ଯାଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ନୁହେଁ, ଆଉ ଯିଏ ଏଭଳି କରିବ ଦଳ କାର୍ଯ୍ୟାନୁଷ୍ଠାନ ନେବ