ରାଉରକେଲା, ୧୩।୧୦ :  କଲେଜ ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଧମକ। ସ୍ଥାନୀୟ ଲୋକେ ଏହା ଦେଖି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ରଘୁନାଥପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କ କବଳରୁ ଜଣେ ଦୁର୍ବୃତ୍ତଙ୍କୁ ଉଦ୍ଧାର  ଥାନାକୁ ନେଇ ପଚରାଉଚରା କରୁଛି।

ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଖରେ ସୋମବାର ଜଣେ କଲେଜ ଛାତ୍ରୀଙ୍କୁ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଓ ପିସ୍ତଲ ଦେଖାଇ ଭୟଭୀତ କରାଇ ଧମକଚମକ ଦେଉଥିଲେ ସ୍ଥାନୀୟ କେତେକ ଲୋକ ଏହା ଦେଖି ଜଣକୁ କାବୁ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲାରଘୁନାଥପାଲି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କ କବଳରୁ ଦୁର୍ବୃତ୍ତଙ୍କ ଧରିଥିଲା ଯୁବକଙ୍କ ପାଖରୁ ଗୋଟିଏ ବନ୍ଧୁକ ପୁଲିସ ଜବତ କରିଛି।  କେଉଁ କାରଣରୁ ଦୁଇ ଦୁର୍ବୃତ୍ତ ଛାତ୍ରୀଙ୍କୁ ଧମକଚମକ ଦେଉଥିଲେ ତାହା ଜଣାପଡ଼ିନି ପୁଲିସ  ଘଟଣାର ତଦନ୍ତ କରୁଛି।