ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଛାତ୍ର ଆଶାନ୍ତି; ହଷ୍ଟେଲ ଫି' ବୃଦ୍ଧି ପ୍ରତିବାଦରେ ଧାରଣା

Published By : Harapriya Sethi | July 2, 2025 12:50 PM

ବଲାଙ୍ଗୀର, ୦୨/୦୭: ହଷ୍ଟେଲ ଫି' ବୃଦ୍ଧି ନେଇ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବୁଧବାର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ୍ ଫି' ହ୍ରାସ ନକରିବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛତ୍ରୀ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୬ଟି ହଷ୍ଟେଲ ଥିବା ବେଳେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ରହିଛନ୍ତି । ତେବେ ହଠାତ୍ ଫି' ବୃଦ୍ଧି  କରିବାକୁ ନେଇ ପ୍ରତିବାଦ କରିଛନ୍ତି ପିଲା । 

ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି । ଫି' ବୃଦ୍ଧି ଚଳିତ ବର୍ଷ ନୁହେଁ ବରଂ ଗତ ବର୍ଷରୁ ହୋଇସାରିଥିବା ବେଳେ ଏବେ ତାକୁ ଅଯଥାରେ ପ୍ରସଙ୍ଗ କରାଯାଉଛି ବୋଲି କହିଛନ୍ତି । ତେବେ ଏହାକୁ ନେଇ ଏବେ ମଧ୍ୟ ଆନ୍ଦୋଳନ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.