ଭୁବନେଶ୍ବର,୧୬/୧୨: ରାଜ୍ୟସଭା ସାଂସଦ ଭାବେ ସୁଜିତ୍ କୁମାର ଶପଥ ଗ୍ରହଣ କରିଛନ୍ତି ।  ରାଜ୍ୟସଭା ଉପନିର୍ବାଚନରେ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ସୁଜିତ୍ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଭରିଥିଲେ ସୁଜିତ୍ । ସଂସଦରେ ଓଡିଆରେ ଶପଥ ନେଇଛନ୍ତି ସୁଜିତ୍‌ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ଜୟ ହିନ୍ଦ କହି ସମ୍ବୋଧନ କରିଥିଲେ ।

ପୁଣି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ୍ । ଏଥର ବିଜେପି ସାଂସଦ ଭାବେ ରାଜ୍ୟସଭାକୁ ଯାଇଛନ୍ତି । ଗତ ୧୦ ତାରିଖରେ ନାମାଙ୍କନ ଭରିଥିଲେ ସୁଜିତ୍ କୁମାର । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଭରିଥିବାରୁ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ମମହା ମହନ୍ତଙ୍କ ପରେ ସୁଜିତ କୁମାର ବିଜେଡି ଓ ସାଂସଦ ପଦ ଛାଡିବା ପରେ ବିଜେପିରେ ମିଶିଥିଲେ । 

ସୁଜିତଙ୍କୁ ପୁନର୍ବାର ରାଜ୍ୟସଭା ପଠାଇବାକୁ ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଗତ ଡିସେମ୍ବର ୧୦ ତାରିଖରେ ନାମାଙ୍କନ ଦାଖଲ କରିଥିଲେ । ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଓଡିଆରେ ଶପଥ ନେବା ସହ ଜୟ ଜଗନ୍ନାଥ କହି ସମ୍ବୋଧନ କରିଥିଲେ । ପୁଣି ଥରେ ରାଜ୍ୟସଭାକୁ ଯାଇଥିବାରୁ ଓଡିଶାର ସ୍ବାର୍ଥ ପାଇଁ ଉଠୁଥିବା ସ୍ବର ଆହୁରି ସୃଢୁଢ ହେବ ବୋଲି କହିଥିଲା ରାଜ୍ୟ ବିଜେପି । ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଭା ପରେ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିଲା ଦଳ ।  ସମାନ ଫର୍ମୁଲାରେ ସୁଜିତଙ୍କୁ ରାଜ୍ୟସଭା ପଠାଇଥିଲା ବିଜେପି ।