ନୂଆଦିଲ୍ଲୀ,୧୩/୧୦: ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର୍ କରିବାକୁ ୩ ଜଣିଆ କମିଟି ଗଠନ ହୋଇଛି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଘଟଣାର ତଦନ୍ତ ନିରପେକ୍ଷ ହେବା ଉଚିତ୍ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗତ ସେପ୍ଟେମ୍ବର ୨୭ ତାରିଖରେ ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟ ଥାଲାପତିଙ୍କ ରାଲିରେ ଦଳଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ତଦନ୍ତର ତଦାରଖ କରିବାକୁ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ପୂର୍ବତନ ବିଚାରପତି ଅଜୟ ରସ୍ତୋଗୀ ଅଧ୍ୟକ୍ଷତା କରିବେ । ପୂର୍ବରୁ, କରୁର ଦଳାଚକଟା ଘଟଣାର ତଦନ୍ତ ସମ୍ପର୍କରେ ବିଜୟଙ୍କ ଟିଭିକେ, ମୃତକଙ୍କ ପରିବାର ଏବଂ ଅନ୍ୟ ପକ୍ଷଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିଭିନ୍ନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।
Supreme Court orders a CBI probe into the Karur stampede during TVK chief and actor Vijay’s rally on September 27, leaving 41 persons dead and many others injured.
— ANI (@ANI) October 13, 2025
A bench of Justices J.K. Maheshwari and N.V. Anjaria also ordered a three-member committee to be headed by a… pic.twitter.com/rCufSdSGe5
ଦଳାଚକଟା ଘଟଣା ପରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ୧୬ ଦିନିଆ ଶୋକ ପାଳୁଛି ଟିଭିକେ ଦଳ । ତାମିଲନାଡୁ ପାର୍ଟି ଅଫିସରେ ମୃତ ୪୧ ଜଣଙ୍କ ପୋଷ୍ଟର ଏବଂ ବ୍ୟାନର ଲଗାଇ ଶୋକ ପାଳୁଛି ଦଳ । ଟିଭିକେର ସାଧାରଣ ସମ୍ପାଦକ ଆଧବ ଅର୍ଜୁନ କୁହନ୍ତି, "ଟିଭିକେ ନେତା ବିଜୟଙ୍କ ନିର୍ଦ୍ଦେଶରେ, ମୁଁ ଅକ୍ଟୋବର ୧ ତାରିଖରେ ଦିଲ୍ଲୀ ଆସିଥିଲି । ଦଳାଚକଟାରେ ମୃତ ୪୧ ଜଣ ପୀଡିତଙ୍କ ପରିବାର ସହିତ ଅଛୁ । ବିଜୟଙ୍କୁ ଅପରାଧୀ ଭାବରେ ଚିତ୍ରଣ କରାଯାଇଛି । ସୁପ୍ରିମକୋର୍ଟ ଏବେ ସ୍ପଷ୍ଟ କରିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କେତେ ତ୍ରୁଟିପୂର୍ଣ୍ଣ ଥିଲା । ଆମର ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ଏବଂ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି । ରାଲିରେ ବିଜୟ ବିଳମ୍ବରେ ଆସିଥିବା ଅଭିଯୋଗ ଅର୍ଥହୀନ । ପୁଲିସ୍ ଟିଭିକେ ସଦସ୍ୟଙ୍କୁ ଆତଙ୍କବାଦୀ ପରି ଆକ୍ରମଣ କଲା । ଡିଏମକେ ଟିଭିକେକୁ ଦବାଇବାକୁ ଚେଷ୍ଟା କରୁଛି । ବିଜୟ ରାଲିରେ ଠିକ୍ ସମୟେ ପହଞ୍ଚିଥିଲେ । ଡିଏମକେ ଆମ ଦଳକୁ ପଙ୍ଗୁ କରିବାକୁ ଚେଷ୍ଟା କରୁଥିଲା । ଟିଭିକେକୁ ମିଥ୍ୟା ଅଭିଯୋଗରେ ଫସାଇବାକୁ ଯୋଜନା କରିଥିଲା । କରୁର ଘଟଣା ପଛରେ ପ୍ରକୃତରେ ଏକ ଷଡ଼ଯନ୍ତ୍ର ରହିଛି ।"
Delhi: Supreme Court orders a CBI probe into the Karur stampede.
— ANI (@ANI) October 13, 2025
TVK General Secretary Aadhav Arjuna says, "Allegations that Vijay arrived late are completely baseless. The police assaulted TVK members as if they were terrorists. The DMK made efforts to suppress the TVK. Vijay… pic.twitter.com/46iApDOKay