ବୌଦ୍ଧ/ତିଲେଶ୍ୱର ,୬।୧୦(ଆପ୍ର) ; ବୌଦ୍ଧ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧିନ ମୃଷୁଣ୍ଢି କ୍ଲଷ୍ଟର ଗିରାସିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁଶିଲ କୁମାର ଭୋଇ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି । ବୌଦ୍ଧ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାଇ ଶିକ୍ଷକ ଶ୍ରୀ ଭୋଇ ଙ୍କ ନାମରେ ଅନେକ ଅଭିଯୋଗ ହୋଇ ଆସୁଥିଲା । କର୍ତ୍ତବ୍ୟରେ ଅବହେଳା , ଲେସନ ଡାଏରି ଦେବାରେ ଅବହେଳା , ମନଇଛା ବିଦ୍ୟାଲୟ କୁ ଆସିବା ଆଦି କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷକ ନାଁରେ ଅଭିଯୋଗ ହେବାପରେ ବୌଦ୍ଧ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଏହାର ତଦନ୍ତ କରି ରିପୋର୍ଟ ଦେବାପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।