ନୂଆଦିଲ୍ଲୀ ୨୭/୦୯: ପହିଲାରୁ ଦେଶରେ ବିଭିନ୍ନ ନୂଆ ନିୟମ ଲାଗୁ ହେବାକୁ ଯାଊଛି । ଟ୍ରେନ ଟିକଟ ବୁକିଂ, ଡିଜିଟାଲ ପେମେଣ୍ଟ, ଏନ୍ପିଏସ୍ ଏବଂ ଗେମିଂ ଭଳି କ୍ଷେତ୍ର ଏହା ସହ ଜଡ଼ିତ । ପରିବର୍ତ୍ତନ ହେବାକୁ ଥିବା ନିୟମ ମଧ୍ୟରେଟ୍ରେନ ଟିକଟ ବୁକିଂ ନିୟମ କଡ଼ାକଡ଼ି ଆଇଆର୍ସିଟିସି ପ୍ଲାଟଫର୍ମରେ ଟ୍ରେନ ଟିକଟ ବୁକିଂ ବେଳେ ଆରମ୍ଭର କିଛି ମିନିଟରେ ଦଲାଲମାନେ ଟିକଟ ବୁକିଂ କରି ନେଉଥିଲେ । ଫଳରେ ସାଧାରଣ ଯାତ୍ରୀମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଥିଲେ । ଲୋକଙ୍କୁ କନଫର୍ମ ଟିକଟ ମିଳୁନ ଥିଲା । ଏହାକୁ ନଜରରେ ରଖି ଟ୍ରେନ ଟିକଟ ବୁକିଂକୁ କଡ଼ାକଡ଼ି କରାଯାଇଛି । ଆଇଆର୍ସିଟିସିରୁ ଟିକଟ ବୁକିଂ ବେଳେ ପ୍ରଥମ ୧୫ ମିନିଟ୍ ଆଧାର ଲିଙ୍କ ହୋଇଥିବା ବୈଧ ଆକାଉଣ୍ଟ ଜରିଆରେ ଟିକଟ ବୁକିଂ ହେବ । ଫଳରେ ଏଜେଣ୍ଟଙ୍କ ମନମାନି ରୋକାଯିବା ସହ ଟିକଟ ବୁକିଂ ପ୍ଲାଟଫର୍ମକୁ ପାରଦର୍ଶୀ କରାଯାଇପାରିବ ।
ଅନ୍ଲାଇନ ଗେମିଂ ଉପରେ କଡ଼ା ନଜର ଅନ୍ଲାଇନ ଗେମିଂ କ୍ଷେତ୍ର ଏବେ ଦ୍ରୁତ ଭାବେ ବୃଦ୍ଧି ହେଉଛି । ଏହା ସହ ଏହି କ୍ଷେତ୍ରରେ ଏବେ ଲୋକଙ୍କୁ ଠକେଇ ଭଳି ବେଆଇନ କାର୍ଯ୍ୟକଳାପ ବଢୁଛି । ଅକ୍ଟୋବରେ ଅନ୍ଲାଇନ ଗେମିଂ କ୍ଷେତ୍ରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଗେମିଂ କମ୍ପାନିଙ୍କ ଉପରେ ସରକାର କଡ଼ା ନଜର ରଖିବେ । ଜାଲ୍ ଆପ୍ ଗୁଡ଼ିକ ଉପରେ ରୋକ ଲାଗିବ । ଗେମିଂ ଶିଳ୍ପକୁ ସରକାରଙ୍କ ନିୟମ ପରିସରକୁ ଆଣିବା ସହ ନିୟନ୍ତ୍ରିତ କରାଯିବ । ଠକେଇ ରୋକିବା ସହ ସୁରକ୍ଷିତ କରାଯିବ ।
ଏନ୍ପିଏସ୍ରେ ବଡ଼ ପରିବର୍ତ୍ତନ ପେନସନ ଫଣ୍ଡ୍ ରେଗୁଲେଟୋରି ଆଣ୍ଡ୍ ଡେଭଲପମେଣ୍ଟ ଅଥରିଟି (ପିଏଫ୍ଆର୍ଡିଏ) ଏନ୍ପିଏସ୍କୁ ଆକର୍ଷଣୀୟ କରିବା ଲାଗି ନୂଆ ସିଷ୍ଟମ କାର୍ଯ୍ୟକ୍ଷମ କରାଇଛି । ଅକ୍ଟୋବର ପହିଲାରୁ ମଲ୍ଟିପୁଲ ସ୍କିମ୍ ଫ୍ରେମ୍ୱାର୍କ (ଏମ୍ଏସ୍ଏଫ୍) ଲାଗୁ ହେବ । ଏହା ଦ୍ୱାରା ଗୋଟିଏ ପାନ୍ ନମ୍ବରରୁ ଏକାଧିକ ସ୍କିମ୍ରେ ନିବେଶ କରାଯାଇପାରିବ । ଏବେ ଭିନ୍ନ ଭିନ୍ନ ସ୍କିମ୍ ଚୟନ କରିପାରିବେ । କର୍ପୋରେଟ ପ୍ରଫେସନାଲ, ଗିଗ୍ୱାର୍କର, ଘରୋଇ କ୍ଷେତ୍ର କର୍ମଚାରୀମାନେ ନିଜ ସୁବିଧା ଏବଂ ରିସ୍କ ଉଠାଇବା କ୍ଷମତା ଅନୁସାରେ ନିବେଶ କରିପାରିବେ ।
ୟୁପିଆଇରେ କଲେକ୍ଟ ରିକ୍ୱେଷ୍ଟ ବନ୍ଦ ଏନ୍ପିସିଆଇ ଅକ୍ଟୋବରରୁ ୟୁପିଆଇ ନିୟମରେ ପରିବର୍ତ୍ତନ କରିଛି । ପହିଲାରୁ ଗୁଗଲ ପେ, ଫୋନ ପେ ଏବଂ ପେଟିଏମ୍ରେ ଟଙ୍କା ମାଗିବା ବା କଲେକ୍ଟ ରିକ୍ୱେଷ୍ଟ, ପୁଲ୍ ଟ୍ରାଞ୍ଜାକ୍ସନ ସୁବିଧା ବନ୍ଦ ହୋଇଯିବ । ଏହା ଦ୍ୱାରା ଠକେଇ ବଢ଼ିବାରୁ ସୁବିଧାକୁ ବନ୍ଦ କରାଯାଇଛ