ଜଳେଶ୍ବର ,୨୦।୯(ସ୍ୱ.,ପ୍ର) : ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ସମ୍ପର୍କୀୟ ଭାଇ ମୃତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ କପାସୁଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ କପାସୁଦା ଗ୍ରାମର ରବିନ୍ଦ୍ର ଜେନା ଏବଂ ଜଗନ୍ନାଥ ଜେନା ।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ କପାସୁଦା ଗ୍ରାମର ରବିନ୍ଦ୍ର ଓ ଜଗନ୍ନାଥ ବିଲରେ କାମ କରୁଥିଲେ। ହଠାତ ବିଦ୍ୟୁତ ତାର ଛିଣ୍ଡି ବିଲରେ ପଡିଥିଲା। ପ୍ରଥମେ ଜଣେ ଭାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଆଉ ଜଣେ ଭାଇ ତା ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଜଳେଶ୍ବର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।