ଭୁବନେଶ୍ବର,୧୬/୦୯: ଦିନିକିଆ ଅନୁଗୁଳ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଅନୁଗୁଳରେ କେନ୍ଦ୍ରମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ପ୍ରଥମେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସର RPDAC ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତା' ପରେ ସେ ଡିଏମଏଫ ବୈଠକରେ ଯୋଗଦେବେ। ସେହିପରି ଅପରାହ୍ନରେ ନୂତନ ନିର୍ମିତ RCCF ଅଫିସର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାରେ ଆଲୁମିନିୟମ ପାର୍କ ବୁଲିବେ ଧର୍ମେନ୍ଦ୍ର ପ୍ରଧାନ। ସେଠାରେ ବୁଲି ସାରିବା ପରେ କିଭଳି ଭାବେ ପାଠପଢା ହୋଇପାରିବ, ସେଥିପାଇଁ ପ୍ରସ୍ତୁତି କ'ଣ ରହିଛି, ବିସ୍ତୃତ ଭାବେ ଆଲୋଚନା ଏବଂ ତର୍ଜମା କରିବେ କେନ୍ଦ୍ରମନ୍ତ୍ରୀ। ଆଜି କେନ୍ଦ୍ରମନ୍ତ୍ରୀ ତାଳଚେରରେ ରହିବାର ଯୋଜନା ରହିଛି।