​​​​​​​ରାୟଗଡ(ଗଜପତି)୬।୧୦ :- ଦୀର୍ଘ ଏଗାର ବର୍ଷର ସମ୍ପର୍କକୁ ଛିନ୍ନ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ l  ୨୦୧୪ ରେ ବିଜେପି ଛା ସେ ବିଜେଡିରେ ଯୋଗ ଦେଇଥିଲେ।

ଦଳରେ ରହି ମାତ୍ର ତିନିବର୍ଷ  କାମ କରିବା ପରେ  ବିଜେଡି ଅନ୍ତର୍ଯ୍ୟାମୀଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରିଥିଲା l ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପତ୍ନୀ ତଥା ବର୍ତ୍ତମାନର ରାୟଗଡ ପଞ୍ଚାୟତ ସମିତିର ଅଧକ୍ଷା ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା ବିଜେଡି l ତେବେ ପୂର୍ଣ୍ଣବାସୀ ନାୟକଙ୍କୁ ପରାଜୟର ସମ୍ମୁଖିନ ହେବାକୁ ପଡିଥିଲା l ପୁଣି ଥରେ ୨୦୨୪ମସିହା ସାଧାରଣ ନିର୍ବାଚନରେ ବିଜେଡି ତାଙ୍କ ପତ୍ନୀଙ୍କ ବଦଳରେ ଅନ୍ତର୍ଯ୍ୟାମୀଙ୍କୁ ହିଁ ପ୍ରାର୍ଥୀ କରିଥିଲା  ମୋହନା ନିର୍ବାଚନ ମଣ୍ଡଳୀରେ l କିନ୍ତୁ ସେହି ସମାନ ଅବସ୍ଥା ୨୦୧୯ ମସିହାରେ ଯାହା ଘଟିଥିଲା ୨୦୨୪ମଧ୍ୟ ତାହାର ପୁନରାବୃତ୍ତି ଘଟିଲା l ଦଳରେ ଥିବା ଅସହିଷ୍ଣୁଙ୍କ ଅନ୍ତର୍ଘାତି କାର୍ଯ୍ୟ ଯୋଗୁଁ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା l ତାଙ୍କ ପତ୍ନୀ ପୂର୍ଣ୍ଣବାସୀ ନାୟକ ୨୦୧୯ରେ  କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗଙ୍କ ଠାରୁ  ପରାଜିତ ହୋଇଥିଲେ l ସେହିପରି ୨୦୨୪ ରେ ନିଜେ ଅନ୍ତର୍ଯ୍ୟାମୀ ଗମାଙ୍ଗ କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗଙ୍କ ଠାରୁ ପରାଜିତ ହୋଇଥିଲେ l

ସେ ବିଜେପିରୁ ୨୦୦୨ ରୁ ୨୦୦୭ ବ୍ଲକ ଅଧ୍ୟକ୍ଷ, ୨୦୦୯ ରେ ମୋହନା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ହୋଇ ମାତ୍ର ୯୧୬ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ l ୨୦୧୨ ରେ ରାୟଗଡ ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ l ସେହିପରି ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣବାସୀ ନାୟକ ମଧ୍ୟ ୨୦୦୨ ରୁ ୨୦୦୭ ଡମ୍ବାଳ ପଞ୍ଚାୟତ ରୁ ସମିତି ସଭ୍ୟା, ୨୦୦୭ରୁ ୨୦୧୨ ସେହି ପଞ୍ଚାୟତ ରୁ ପ୍ରଥମ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ l ସେହିପରି ୨୦୧୨ରେ ଉଭୟ ଜଲାଙ୍ଗ ଓ ଡମ୍ବାଳ ପଞ୍ଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ l ପରବର୍ତ୍ତୀ ସମୟରେ ସେତେବେଳେ ଥିବା ବ୍ଲକ ଅଧ୍ୟକ୍ଷା ଶକୁନ୍ତଳା ଶବରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣି ସଫଳ ହୋଇ ଉପନିର୍ବାଚନରେ ବିଜୟୀ ହୋଇ ୨୦୧୪ରେ ବ୍ଲକ ଅଧ୍ୟକ୍ଷା ପଦ ହାସଲ କରିଥିଲେ। ୨୦୧୯ ରେ ବିଜେଡି ମୋହନା ବିଧାୟିକା ପ୍ରାର୍ଥୀ ହୋଇ କମ୍ ଭୋଟରେ ପରାଜିତ ହୋଇଥିଲେ l ର୍ତ୍ତମାନ ରାୟଗଡ ବ୍ଲକ ଅଧ୍ୟକ୍ଷା ଅଛନ୍ତି ପୂର୍ଣ୍ଣବାସୀ ନାୟକ l

ତେବେ ଏଥିରୁ ସ୍ୱଷ୍ଟ ହୁଏ ଯେ ରାୟଗଡ ବ୍ଲକରେ ଅନ୍ତର୍ଯ୍ୟାମୀଙ୍କ ଏକ ସ୍ୱତନ୍ତ୍ର ଦବଦବା ରହିବା ସହ ଭୋଟ ବ୍ୟାଙ୍କ ମଧ୍ୟ ରହିଛି l ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ ।   ସେ ବର୍ତ୍ତମାନ ବିଜେଡି ଛାଡିଥିବାବେଳେ ଏହାର ସୁଯୋଗ ନେଇ ତାଙ୍କୁ ନିଜ ପକ୍ଷକୁ ନେବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ଗୋଟି ଚାଳନା ଆରମ୍ଭ ହୋଇଛି l ହେଲେ ଅନ୍ତର୍ଯ୍ୟାମୀ ଏବେ ସେଭଳି କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି l ସେ ତାଙ୍କ ନିଜ ଭୋଟର ଓ ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ତାଙ୍କ ନିକଟବର୍ତ୍ତୀଙ୍କ ଠାରୁ ଜଣାପଡିଛି  l