ଭୁବନେଶ୍ବର, ୨।୧୧ :  ମଞ୍ଚେଶ୍ୱର ଚକେଇସିଆଣୀରେ ଅଘଟଣ।  ମଇଁଷିକୁ ଗାଧୋଇବା ବେଳେ ଗଙ୍ଗୁଆ କେନାଲରେ ଭାସିଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପଥରବନ୍ଧ ବେହେରା ସାହିର ଦୀପୁନା ବେହେରା ।

ପଥରବନ୍ଧ ବେହେରା ସାହିର ଦୀପୁନା ବେହେରା ଗଙ୍ଗୁଆ କେନାଲରେ ମଇଁଷିକୁ ଗାଧୋଇ ଦେଉ ଥିଲେ। ଏହି ସମୟରେ ସେ କେନାଲ ପାଣିରେ ଭାସି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ  ଓ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ରାତିରେ କେନାଲରେ ଖୋଜାଖୋଜି କରିଥିଲେ। ଏହି ଘଟଣା ପରେ କେନାଲ ନିକଟରେ  ସ୍ଥାନୀୟ ଲୋକଙ୍କ  ଭିଡ ଜମିବାରୁ  ମଞ୍ଚେଶ୍ୱର୍ ଥାନା  ପୋଲିସ କେନାଲ କଡରେ  ଜଗି ରହିଥିଲା। ଶେଷରେ କେନାଲରୁ ଅଗ୍ନିଶମ ବାହିନୀ ଦୀପୁନାଙ୍କ ମୃତଦେହ ଉଦ୍ଧାର କରିଥିଲେ।