କଟକ,୨୨।୯ :  କଟକ ଚୌଦ୍ୱାର ଥାନାରେ ଅଭିଯୁକ୍ତର ଆତ୍ମ ହତ୍ୟା । ମୃତ ଅଭିଯୁକ୍ତ  ଜଣକ ହେଲେ ଢେଙ୍କାନାଳ ସଦର ଅଞ୍ଚଳର  ରସାନନ୍ଦ ନାୟକ  । ତେବେ ରସାନନ୍ଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରସାନନ୍ଦଙ୍କୁ ଗାଡି ଚୋରି ମାମଲାରେ ଥାନାରେ ଅଟକ ରଖାଯାଇଥିଲା। ତେବେ ସେ ପାଇଖାନା ଯିବା ବାହାନାରେ ତା’ ଭିତରେ ଆତ୍ମ ହତ୍ୟା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି  କରାଯାଇଥିଲା। ସେଠାରେ ରସାନନ୍ଦଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମୃତକଙ୍କ ସ୍ତ୍ରୀ ଭାଇ ତାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ଫଳରେ ସେ ପାଇଖାନା ଯିବା  ବାହାନାରେ ତା’ ଭିତରେ ଆତ୍ମ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି  ରସାନନ୍ଦଙ୍କ ଭାଇ ପୋଲିସ୍ ଥାର୍ଡ ଡିଗ୍ରୀ ଯୋଗୁଁ ଅଭିଯୁକ୍ତ ଜଣଙ୍କ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି