PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ରଙ୍ଗେଇଲୁଣ୍ଡା ବ୍ଲକର ନାରାୟଣପୁର ପଞ୍ଚାୟତରେ ଦୁର୍ନୀତି ଅଭିଯୋଗରେ ଲୋକାୟୂତର ୪ ଜଣିଆ ଦଳ ତଦlରଖ               

ଗୋପାଳପୁର, ୨୩/୫: ନାରାୟଣପୁର ପଞ୍ଚାୟତରେ ଲୋକାୟୂତର ୪ ଜଣିଆ ଦଳ ତଦlରଖ କରିଛନ୍ତି । ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ପୂର୍ବରୁ ବିଭିନ୍ନ କାମର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପ୍ରକାରରେ କେସ୍ ନଂ ୩୪/୨୨ ରେ ଆଜି ଲୋକାୟୁତର ତଦନ୍ତ ଅଧିକାରୀ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଡେପୁଟି ଡାଇରେକ୍ଟର ଇଞ୍ଜିନିୟରିଂ ମାନ ଗୋବିନ୍ଦ ବିଶ୍ଵାଳ, ପୁଲିସ ଇନ୍ସପେକ୍ଟର ସୁନିଲ କୁମାର ପଟ୍ଟନାୟକ, ଆସିଷ୍ଟାଣ୍ଟ  ଇଞ୍ଜିନିୟର ସଞ୍ଜୀବ ସେନାପତି ୪ ଜଣିଆ ଦଳ ପଞ୍ଚାୟତରେ ପହଞ୍ଚି ଅଭିଯୋଗ କରିଥିବା ଏନ୍.ରାମ ମୂର୍ତ୍ତିଙ୍କ ସହ ଆଲୋଚନା କରିଥିଲେ । ଅଭିଯୋଗ ହୋଇଥିବା ପଞ୍ଚାୟତର ମନ୍ସୁରକୋଟା ଅଙ୍ଗନବାଡ଼ି କେନ୍ଦ୍ର, ଆଲୀପୁର ରାସ୍ତା, ଅସୁରାଳ ବନ୍ଧକୁ ରାସ୍ତା ସମେତ ଅନ୍ୟାନ୍ୟ କାମ ତଦାରଖ କରିଛନ୍ତି । ତଦାରଖ ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଜେଇ ଗାୟତ୍ରୀ ସେଠୀ, ଏଇ ପଞ୍ଚାନନ ପ୍ରଧାନ ଉପସ୍ଥିତ ଥିଲେ  । ୨ ଦିନିଆ ଗସ୍ତରେ ୮ ଟି ପ୍ରକଳ୍ପ ଉପରେ ହୋଇଥିବା ଅଭିଯୋଗକୁ ତଦାରଖ କରିବେ ବୋଲି ଜଣାପଡ଼ିଛି । ତେବେ ଏହା ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ଏହି ଦଳ ତଦାରଖ ପାଇଁ ଆସିଥିଲେ ।

ସମ୍ବନ୍ଧିତ ଖବର