ଆଖି ପିଛୁଳାକେ ଭୁଶୁଡ଼ିଗଲା ୫ ମହଲା ବିଲ୍ଡିଂ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଳୀ, ୦୮/୦୩: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା। ମାତ୍ର କେଇ ମୂହୂର୍ତ୍ତରେ ମାଟିରେ ମିଶିଲା ଅଟ୍ଟାଳିକା। ଏଭଳି ଏକ ଘଟଣା ଘଟିଛି ଦିଲ୍ଳୀର ବିଜୟ ପାର୍କ ଅଞ୍ଚଳରେ। ଏଠାରେ ଏକ ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତୁରନ୍ତ ଖବର ପାଇ ପୋଲିସ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳକୁ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି। ଭଗ୍ନାବଶେଷ ହଟାଯିବାକୁ ପ୍ରସ୍ତୁତି ଜାରି ରହିଖନ୍ତି।
ସେପଟେ ବିଲ୍ଡିଂ ଭୁଶୁଡ଼ିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଘର ଭୁଶୁଡ଼ିବା ମାତ୍ରେ ସେଠାରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗୁଛନ୍ତି। ନିକଟରେ ଥିବା ଅନ୍ୟ କିଛି ଘର ଏବଂ ଦୋକାନ ମଧ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ତେବେ ଏନେଇ କୌଣସି ବରିଷ୍ଠ ଅଧିକାରୀକ ସୂଚନା ମିଳପାରିନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଦୂରରେ ରଖିବାକୁ ଚେଷ୍ଟାକରୁଛି। ତେବେ ଏପର୍ଯ୍ୟନ୍ତ ବିଲ୍ଡିଂ ଭୁଶୁଡ଼ିବାର କାରଣ ଜଣାପଡ଼ିନାହିଁ।