ବାରଙ୍ଗ: ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବାରଙ୍ଗ ୨୧/୩: ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନାର ସାନଖଇରା ଗ୍ରାମରେ। ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ ହୋଇଛି ।
ବୁଧବାର ସକାଳ ୮ଟାରେ ସାନଖଇରାର ଜଣେ ବ୍ଯକ୍ତି ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାରଲୋକେ ।
ପ୍ରଥମେ ପୀଡିତାଙ୍କ ମାମୁଁ ଏନେଇ ସ୍ୱେଚ୍ଛାସେବୀ ସଂଗଠନ ‘ସାଈରାମ ସେବା’ କୁ ଅବଗତ କରିଥିଲେ । ପରେ ସଂଗଠନ ସହିତ ମିଶି ପିଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତେବେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।