PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅଙ୍ଗନବାଡିରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର ,  ଡାକ୍ତରଖାନାରେ ଭର୍ତ୍ତି

ଉଦଳା, ୧୨/୮ : ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ୨ ବର୍ଷର ଛାତ୍ର ବା ଶିଶୁ ଗୁରୁତର ହୋଇପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ । ଶୁକ୍ରବାର ସକାଳେ ୱାର୍ଡ ନମ୍ବର ୩ ବାସିନ୍ଦା ବସନ୍ତ ମହାନ୍ତିଙ୍କ ୨ ବର୍ଷର ପୁଅ ବିଜୟରାଜ ମହାନ୍ତି ଅଙ୍ଗନବାଡିକୁ ଯାଇଥିଲେ । ସେଠାରେ ତାଙ୍କୁ ଆଶାଦିଦି କୃମି ଔଷଧ ଖାଇବାକୁ ଦେଇଥିଲେ ।

 ପରେ ଶିଶୁ ଜଣକ ଘରକୁ ପଳେଇ ଆସିଥିଲେ । ମାତ୍ର ଘରେ ଥିବାବେଳେ ହଠାତ ଲଗାତାର ୩ ଥର ବାନ୍ତି ହୋଇଥିଲା । ଯେଉଁ ଥିରେ ବିଜୟରାଜ ଗୁରୁତର ହୋଇପଡ଼ିଥିଲେ । ଏହାଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦଳା ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିଛିମାତ୍ରାରେ ସ୍ଥିର ରହିଛି । ତେବେ ଶିଶୁ ଜଣକ ଖାଦ୍ୟ ଖାଇ ନ ଥିବାରୁ ଔଷଧ ପ୍ରଭାବରେ ଏହା ହୋଇଥିବା ଆଶା ଦିଦି କହିଛନ୍ତି ।