PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବ୍ରହ୍ମପୁତ୍ର ନଦୀରେ ଓଲଟିଲା ୩୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା, ଅନେକ ନିଖୋଜ

ଗୌହାଟି,୨୯।୯: ଆସାମର ଧୁବରି ଜିଲ୍ଲାର ବ୍ରହ୍ମପୁତ୍ର ନଦୀରେ ଗୁରୁବାର ଏକ ଡଙ୍ଗା ଓଲଟି ଯାଇଛି। ଯେଉଁଥିରେ ପ୍ରାୟ ୩୦ ଜଣ ଲୋକ ଥିଲେ। ବହୁ ଲୋକ ବୁଡିଯାଇଥିବାର ଆଶଙ୍କା ରହିଛି। ଧୁବୁରି ଡେପୁଟି କମିଶନର ଅମ୍ବାମୁଥନ ଏମପି କହିଛନ୍ତି, ୬-୭ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ଧୁବୁରୀର ଅଞ୍ଚଳର ଅଧିକାରୀ ସଞ୍ଜୁଦାସ ମଧ୍ୟ ନିଖୋଜ ଅଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀଙ୍କ ଅନୁଯାୟୀ ଉଦ୍ଧାରକାରୀ ଦଳ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀ କହିଛନ୍ତି ଯେ, ଧୁବ୍ରି-ଫୁଲବରୀ ବ୍ରିଜ ନିକଟରେ ଏକ ଛୋଟ ଚ୍ୟାନେଲ ଅଛି। ଏହି ଟିମ୍ ଏକ କାଠ ଡଙ୍ଗାରେ ଚ୍ୟାନେଲ ପାର ହେଉଥିବା ବେଳେ  ଧକ୍କା ହୋଇ ଓଲଟି ପଡିଥିଲା। ଡଙ୍ଗାରେ ପ୍ରାୟ ୩୦ ଲୋକ ଥିଲେ, ତାଙ୍କ ଭିତରୁ ବହୁ ଧୁବରୀ ସର୍କଲ କାର୍ଯ୍ୟାଳୟରୁ ଥିଲେ। କିଛି ଲୋକ, ଯାହାଙ୍କୁ ପହଁରିବା ଆସିଥାଏ, ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ସୀମା ସୁରକ୍ଷା ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର