ବିବାଦ ଯୋଗୁଁ କୋର୍ଟରେ ହାଜର କରାଗଲା ଗାଈକୁ, ଜଜ୍ ଶୁଣାଇଲେ ଏହି ରାୟ

ନୂଆଦିଲ୍ଲୀ ୧୬।୬: ଆପଣ କେବେ ଶୁଣିଛନ୍ତି କି ଗାଈକୁ ନ୍ୟାୟାଳୟରେ ହାଜର କରାଯାଇଛି। କିନ୍ତୁ ଏହି କଥା ସତ। ରାଜସ୍ଥାନରେ ଗାଈ ଉପରେ ମାଲିକାନା ବିବାଦ ଥିବା ଯୋଗୁଁ ଗାଇକୁ କୋର୍ଟରେ ହାଜର କରାଯାଇଛି। ଏହି ମାମଲା ଯୋଧପୁରର ସ୍ଥାନୀୟ ଅଦାଲତରେ ଘଟିଛି।

ଓମ୍ ପ୍ରକାଶ ଓ ଶ୍ୟାମ ସିଂହଙ୍କ ମଧ୍ୟରେ ଏକ ଗାଈର ମାଲିକାନାକୁ ନେଇ ବିବାଦ ହୋଇଥିଲା ଏହି ବିବାଦର ସମାଧାନ ଲାଗି ଆଇନଜୀବୀ ଗାଈକୁ ନ୍ୟାୟାଳୟ ଭିତରକୁ ଆଣିଥିଲେ। ଏହି ମାମଲାର ଶୁଣାଣି କରି ନ୍ୟାୟାଳୟର ବିଚାରପତି ସମସ୍ତ ପ୍ରମାଣକୁ ତନଖି କରିବା ପରେ ରାୟ ଦେଇଥିଲେ ଯେ ଉକ୍ତ ଗାଈର ମାଲିକ ହେଉଛନ୍ତି ଓମ୍ ପ୍ରକାଶ। ଏହି ମାମଲା ଦୀର୍ଘ ସମୟ ଧରି ନ୍ୟାୟାଳୟରେ ବିଚାରଧୀନ ଥିଲା।

ଓମ୍ ପ୍ରକାଶ ଜଣେ କନେଷ୍ଟବଲ୍ ଓ ପ୍ରତିପକ୍ଷ ଶ୍ୟାମ ସିଂହ ଜଣେ ଶିକ୍ଷକ ।ଗାଈର ମାଲିକାନାକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲାଗି ଥାନା ଅଧିକାରୀ ମଧ୍ୟ ପ୍ରୟାସ କରିଥିଲେ, ମାତ୍ରା ତାହା ସମ୍ଭବ ହୋଇ ପାରି ନଥିଲା। ଏହାପରେ ମାମଲା ନ୍ୟାୟାଳୟକୁ ଯାଇଥିଲା। ମାତ୍ର ଏହା ପରେ ବି ମାମଲାର କୈାଣସି ସମାଧାନ ହୋଇପାରିଲା ନାହିଁ।