PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାଲିଯାତ୍ରାକୁ ନେଇ ତେଜିଲା ବିବାଦ ; କେତେ ଟଙ୍କା ଖର୍ଚ୍ଚ ଓ ଆୟ ହୋଇଛି ସର୍ବ ସମ୍ମୁଖକୁ ଆସିବାକୁ ଦାବି

କଟକ, ୧୮/୧୧ : ବାଲିଯାତ୍ରାକୁ ନେଇ ତେଜିଲା ବିବାଦ। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ବିବାଦ ଉପୁଜିଛି । ଏ ନେଇ ପ୍ରଶ୍ନ ଉଠାଇଲା ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି । ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେଶାଲ ଅଡିଟ ଦାବି କଲା ମହାନଗର ପୂଜା କମିଟି । ଦୁଇ ବର୍ଷ ବ୍ୟବଧାନ ପରେ ଚଳିତବର୍ଷ ପାଳନ ହୋଇଛି ବାଲିଯାତ୍ରା । ୯ଦିନ ପରିବର୍ତ୍ତେ ୧୦ ଦିନ ହେବା ପାଇଁ ସରକାର ନେଇଥିଲେ ନିଷ୍ପତ୍ତି । ତେବେ ଏହି ଖୁସି ଓ ଆନନ୍ଦ ମଧ୍ୟରେ ଗତକାଲି ଶେଷ ହୋଇଛି ବାଲିଯାତ୍ରା । 

ଆଉ ଆଜି ଉଠିଛି ବଡ଼ ବିବାଦ । ତମାମ ବାଲିଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବ ସମୁଖକୁ ଆସିବାକୁ ଦାବି ହୋଇଛି । କାରଣ ଗୋଟିଏ ପଟେ ବ୍ୟବସାୟ ଅନ୍ୟପଟେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ । ଏହାସହ ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ, ନିମନ୍ତ୍ରଣ ପତ୍ର ବଣ୍ଟନରେ ବିଭ୍ରାଟ, ମଞ୍ଚର ନାମ କରଣକୁ ତୁତୁ ମେଁ ମେଁ, ପଥ ଉତ୍ସବରେ ରାଜନୀତିକରଣ, ଅଶୀଳ ସଙ୍ଗୀତ ପରିବେଷଣ ଯାହା ରାଜ୍ୟବାସୀଙ୍କୁ ଦେଇଛି ଏକ ଶକ୍ତ ଆଘାତ । 

ଏହାଛଡ଼ା ଉତ୍କଳ ଗୌରବ ମଧୁସଦନ ଦାସ ନାଁରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରାରେ ଜାଗା ଟିକେ ନ ମିଳିବା ତାହା ମଧ୍ୟ ଏକ ସମ୍ବଦେନଶୀଳ ପ୍ରସଙ୍ଗ। ଏହା ବ୍ୟତୀତ କଟକ ଇନ କଟକ, ଦୋକାନ  ବଜାର, ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି । ଗୋଟିଏ ପଟେ ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି ।  ହେଲେ ଇତି ମଧ୍ୟରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ ।  ତେଣୁ ବାଲିଯାତ୍ରା ପରିଚାଳନା ଦାୟିତ୍ୱ ଓ ନିଷ୍ପତ୍ତି ନେବାର ଅଧିକାର ପ୍ରତ୍ୟକ୍ଷ ଭାବରେ ରାଜ୍ୟ ସରକାର ନିଅନ୍ତୁ ବୋଲି ଦାବି କରିଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି  ।