ମୋହନା, ୨୨/୦୮: ଗଜପତି ଜିଲ୍ଲା ମୋହନା ଥାନା ରୁଆଆମ୍ବ ଗାଁରେ ହଣାକଟା । ଏହି ଘଟଣାରେ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଲେ ନାରାୟଣ ପଣ୍ଡା । ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୯ ଟାରେ ରୁଆଆମ୍ବ ଗାଁରେ କୌଣସି କାରଣକୁ ନେଇ କିଛି ଯୁବକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଯୁବକମାନେ ମାରଣାସ୍ତ୍ରରେ ହଣାକଟା ହୋଇଥିଲେ । ଫଳରେ ନାରାୟଣଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କିଛି ଯୁବକ ହାଣି ଦେଇଛନ୍ତି । ଯୁବକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ତୁରନ୍ତ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଖବର ପାଇ ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।