PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚିନ୍ତା ବଢ଼ାଇଲା ସାପ କାମୁଡା ଜନିତ ମୃତ୍ୟୁ, ଗଠନ ହେଲା ଉଚ୍ଚସ୍ତରୀୟ କମିଟି  

ଭୁବନେଶ୍ବର, ୧୮/୧୧ : ଚିନ୍ତା ବଢ଼ାଇଲା ସାପ କାମୁଡା ଜନିତ ମୃତ୍ୟୁ । ଉଚ୍ଚସ୍ତରୀୟ କମିଟି ଗଢ଼ିଲା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ AIIMS ନିର୍ଦ୍ଦେଶକ, SCB ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ବବ୍ୟାଙ୍କ ପ୍ରତିନିଧି, ସ୍ନେକ୍ ହେଲ୍ପ ଲାଇନ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ ସମେତ ୬ଜଣ ସଦସ୍ୟ । 

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର CGMହେଉଛନ୍ତି କମିଟିର ଆବାହକ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଧିକ ସାପ କାମୁଡ଼ାର ଶୀକାର ହେଉଛନ୍ତି । ସାପ କାମୁଡାରେ ଭୟଭୀତ ହୋଇ ହୃଦଘାତରେ ଜୀବନ ହାରୁଛନ୍ତି ୩୦% ଲୋକ । ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁରେ ଆଗରେ ରହିଛି । ଏଥିଲାଗି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଯାହାର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା ସହ ସ୍ବାସ୍ଥ୍ୟକର୍ମୀଙ୍କୁ ଏ ନେଇ ଟ୍ରେନିଂ ଦେବା ଓ Anti snake venom ମହଜୁଦ ରଖିବା ନେଇ ଗୁରୁତ୍ବ ଦିଆଯିବା ବୋଲି ସୂଚନା ଦେଇଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।