ସ୍ତ୍ରୀଠାରୁ ଏତିକି ଟଙ୍କାରୁ ଅଧିକ କ୍ୟାସ୍ ନେଇପାରିବେନି ସ୍ୱାମୀ ! ଜେଲଦଣ୍ଡ ସହ ଗଣିବାକୁ ପଡିପାରେ ମୋଟା ଅଙ୍କର ଜରିମାନା

Young couple with trolley. Boy is showing girl empty wallet. Girl is unsatisfied. White background
ପ୍ରତିଟି ବ୍ୟକ୍ତି ନିଜ ବ୍ୟବସାୟ ଏବଂ ଅନ୍ୟାନ୍ୟ କାମଧନ୍ଦା ପାଇଁ ସଂପର୍କୀୟ କିମ୍ବା ବନ୍ଧୁମାନଙ୍କ ନିକଟରୁ ଟଙ୍କା ଉଧାର ନେଇଥାନ୍ତି । ବେଳେ ବେଳେ ଦରକାର ପଡିଲେ ପତ୍ନୀଙ୍କଠାରୁ ବି ଟଙ୍କା ନେବାକୁ ପଡିଥାଏ । ଯଦି ଆପଣ କୌଣସି ସଂପର୍କୀୟା କିମ୍ବା ବନ୍ଧୁ କିମ୍ବା ପତ୍ନୀଙ୍କଠାରୁ ୨୦ ହଜାରରୁ ଅଧିକ ନଗଦ ଟଙ୍କା ନିଅନ୍ତି ତେବେ ଏଥିପାଇଁ ଆପଣ କୌଣସି ବଡ ଅସୁବିଧାରେ ପଡିପାରନ୍ତି । ସୂଚନା ମୁତାବକ, କେନ୍ଦ୍ରୟୀ ପ୍ରତ୍ୟେକ୍ଷ କର ବୋର୍ଡ (Central Board of Direct Taxation)ତଥା ସିବିଡିଟି ତରଫରୁ ମନି ଲ୍ୟାଣ୍ଡରିଂ ଏବଂ କଳାଧନ ଉପରେ ଲଗାମ କଷିବାକୁ ଆୟକର ଆକ୍ଟରେ ଅନେକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ପରେ ଆୟକର ଆକ୍ଟର ଧାରା ୨୬୯ଏସଏସ ଅନୁସାରେ, ୨୦ ହଜାରରୁ ଅଧିକ କ୍ୟାସ ଟ୍ରାନଜାକସନକୁ ସଂପୂର୍ଣ୍ଣ ରୂପେ ଅବୈଧ ଘୋଷଣା କରାଯାଇଛି । ଯେଉଁଥିରେ ବନ୍ଧୁ, ସଂପର୍କୀୟା କିମ୍ବା ପତ୍ନୀଙ୍କ ନିକଟରୁ କରଜ ଆଧାରରେ ନିଆଯାଉଥିବା ଟଙ୍କା ବି ସାମିଲ ରହିଛି । ଯଦି କୌଣସି ବ୍ୟକ୍ତି ୨୦ ହଜାରରୁ ଅଧିକ କ୍ୟାସ ଦେଣନେଣ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆୟକର ଆକ୍ଟର ଧାରା ୨୭୧ଡି ଅନୁସାରେ, ଦୋଷୀ କରାଯାଇ ଜରିମାନା ଆଦାୟ କରାଯିବ । ଏହି ଧାରା ଅନୁସାରେ, ଆୟକର ବିଭାଗ ୨୦ ହଜାରରୁ ଅଧିକ କ୍ୟାସ ଟ୍ରାନଜାକ୍ସନର ବରାବର ଜରିମାନା ଆଦାୟ କରିଥାଏ । ଏହି ନିୟମ ଉଭୟ କରଜ ତଥା ଋଣ ନେଇଥିବା ଏବଂ ଦେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଲାଗୁ ହୋଇଥାଏ ।

ଜମି କିଣା–ବିକାରେ ବି କରିପାରିବେନି କ୍ୟାସ୍ ଟ୍ରାନଜାକ୍ସନ
ସିବିଡିଟିର ନିୟମ ଅନୁସାରେ, ଅଚଳ ସଂପତି ଅର୍ଥାତ୍ ଜମି କିଣାବିକାରେ ବି ୨୦ ହଜାରରୁ ଅଧିକ ନଗଦ କ୍ୟାସ୍ ଟ୍ରାନଜାକ୍ସନ କରିପାରିବେ ନାହିଁ । ତେବେ ଏଭଳି ପରିସ୍ଥିତିରେ ଆୟକର ବିଭାଗ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ବିରୋଧରେ ନୋଟିସ୍ ଜାରି କରିପାରେ ।
୧୦ ହଜାରରୁ ଅଧିକ ଟଙ୍କା କରିପାରିବେ ବି ବ୍ୟୟ
ସିବିଡିଟିର ନିୟମ ଅନୁସାରେ, କୌଣସି ବି ବ୍ୟକ୍ତି କରଜ ବ୍ୟତୀତ ଅନ୍ୟ କାମକାର୍ଯ୍ୟ ପାଇଁ ପ୍ରତିଦିନ ୨ଲକ୍ଷ ଟଙ୍କାର ନଗଦ ଦେଣନେଇ କରିପାରିବେ । ଏଥିରେ କୌଣସି ବି ବ୍ୟବସାୟୀଙ୍କଠାରୁ ସୁନା ଅଳଙ୍କାର କିମ୍ବା ଅନ୍ୟ ସାମଗ୍ରୀ ଆଦିର କିଣାକିଣି ସାମିଲ । ତେବେ ବ୍ୟବସାୟରେ ହେଉଥିବା ବ୍ୟୟ ସଂପର୍କିତ ନିୟମ ବହୁତ କଡାକଡି କରାଯାଇଛି । ଯାହାଦ୍ୱାରା କୌଣସି ବି ବ୍ୟବସାୟୀ ଗୋଟିଏ ଦିନରେ ଏବଂ ଗୋଟିଏ ଟ୍ରାନଜାକ୍ସନରେ ୧୦ ହଜାର ରୁ ଅଧିକ କ୍ୟାସ ଟ୍ରାନଜାକ୍ସନ କରିପାରିବେ ନାହିଁ । ଉଲ୍ଲେଖ ଥାଉ କି, ଅନେକ ବ୍ୟବସାୟୀ ନଗଦ ଦେଣନେଣ ନାଁ ନେଇ କରଛାଡ କରିବାକୁ ଦାବି କରୁଛନ୍ତି । ଯେଉଁ କାରଣରୁ ଆୟକର ବିଭାଗ ତରଫରୁ ଏଭଳି କଠୋର ନିଷ୍ପତି ନିଆଯାଇଛି ।