PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା

ଭୋଗରାଇ -ଦିନ ଦ୍ୱିପ୍ରହରରେ କେହି ନଥିବା ସମୟରେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଛି ଚୋର। ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ଜିଲ୍ଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରଙ୍କ ସନ୍ଧାନ‌ ମିଳି ପାରିନାହିଁ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନୁଟୁରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଭୋଗରାଇ ଥାନା ଅନ୍ତର୍ଗତ ଦେଉଳା ହାଟରେ ଇଲେକ୍ଟ୍ରିକାଲ ରିପିୟାରିଂ ଦୋକାନ କରିଥିବା ନୁଟୁରା ଗ୍ରାମର ସ୍ବର୍ଗତ ଅଧର ଦଣ୍ଡପାଟଙ୍କ ପୁଅ ସୁଦାମ ଦଣ୍ଡପାଟ ସେହି ଗ୍ରାମର ବିଲ ପାର୍ଶ୍ବ ବାଡିରେ ଏକ ଛୋଟ ଘର ନିର୍ମାଣ କରି ନିଜ ପରିବାରକୁ ନେଇ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ସୁଦାମଙ୍କ ପୁଅ ଓ ଝିଅ ସ୍କୁଲକୁ ଯାଇଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଅନଳିଆ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ଗ୍ରାମସଭା ବୈଠକକୁ ଯାଇଥିଲେ।

ସୁଦାମ ସେତେବେଳେ ନିଜ ଦୋକାନରେ ଥିଲେ। ଘରେ କେହି ନଥିବା ସୁଯୋଗରେ କୈାଣସି ଦୁର୍ବୃତ୍ତ ପୂର୍ବାହ୍ନ ପ୍ରାୟ ୧୦ ଟା ରୁ ୧୨ ଟା ମଧ୍ୟରେ ତାଙ୍କ ଘରେ ଲାଗିଥିବା ତାଲା ଭାଙ୍ଗି ଘର ଭିତରେ ଥିବା ବାକ୍ସରୁ ଅନ୍ୟୁନ ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ।

ମଧ୍ୟାହ୍ନରେ ସୁଦାମ ଘରେ ପହଞ୍ଚି ଘରର କବାଟ ଖୋଲା ଥିବା ଏବଂ ବାକ୍ସ ମଧ୍ୟରେ ଥିବା ଲୁଗାପଟା ସହିତ ଅନ୍ୟାନ୍ୟ ଜିନିଷପତ୍ର ସବୁ ଚାରିଆଡ଼େ ବିଚ୍ଛେଇ ହୋଇ ପଡିଥିବା ଦେଖିଥିଲେ। ଏହା ସହିତ ବାକ୍ସରେ ଥିବା ନଗଦ ଟଙ୍କା ଓ ସୁନାଗହଣା ଚୋରି ହୋଇ ଯାଇଥିବା ଦେଖି ହତବାକ୍‌ ହୋଇ ଯାଇଥିଲେ। ଏନେଇ ଗ୍ରାମବାସୀଙ୍କୁ ଡାକି ଦେଖାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ବାଲେଶ୍ଵର ଜିଲ୍ଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମ୍‌ ଓ ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ ସନ୍ଧାନ‌ ମିଳିନଥିଲା ବେଳେ ସ୍ଥାନୀୟ କୈାଣସି ଅସାମାଜିକ ଯୁବକ ମାନଙ୍କ ଦ୍ଵାରା ଏଭଳି କାର୍ଯ୍ୟ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।