PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବାବା ବେଶରେ ପ୍ରେମିକାକୁ ଦେଖା କରିବାକୁ ଅନୁଗୁଳରୁ ଯାଜପୁର ଯାଇଥିଲେ ପ୍ରେମିକ, ତାପରେ…

ଯାଜପୁର, ୩୦/ ୦୧: ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍‌ ପାଇଁ କୁଛ୍‌ଭି କରେଗା’ ଆପଣମାନେ ଦେଖିଥିବେ ନିଶ୍ଚୟ। ସେଥିରେ ପ୍ରେମିକାର ବାପାଙ୍କୁ ମନାଇବା ପାଇଁ ହିରୋ ବାବୁଶାନ୍‌ କ୍ରିକେଟ ଖେଳୁଥିଲେ। ଆଉ ଶେଷରେ କ୍ରିକେଟ ମ୍ୟାଚ୍‌ ଜିତିବା ସହ ତାଙ୍କର ପ୍ରେମର ବାଜି ମଧ୍ୟ ଜିତିଥିଲେ। ହେଲେ ଆମ ଷ୍ଟୋରି ଟିକେ ଭିନ୍ନ। କାରଣ ଆମ ଷ୍ଟୋରିରେ ପ୍ରେମିକାଙ୍କ ମା’ଙ୍କୁ ମନାଇବା ପାଇଁ ପ୍ରେମିକ ଆପଣାଇଥିଲେ ନୂଆ ଉପାୟ। କିନ୍ତୁ ସବୁ ଭଣ୍ଡୁର ହୋଇଗଲା। ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ।

ଏପରିକି ପିଲା ଚୋର ଭାବି ଧରି ପକାଇଲେ ଲୋକେ। ସବୁଠୁ ବଡ଼ କଥା ହେଳେ ବାବାଙ୍କ ବୟସକୁ ଦାଢ଼ି ଜଟ ମ୍ୟାଚ୍‌ କରୁନଥିଲା। କିଛିଲୋକ ଯୁବକ ଜଣକୁ କାବୁ କରି ପଚରାଉଚରା କରିବା ପରେ ସେ କିଛି କହିନଥିଲେ। ଯାହାଫଳରେ କିଛି ଲୋକ ସନ୍ଦେହ କରି ଦାଢ଼ି ଟାଣି ଦେଇଥିବାରୁ ବାବାଙ୍କ ଭାଣ୍ଡାମୀ ଧରାପଡ଼ି ଯାଇଥିଲା। ପ୍ରେମିକ ବାବା ଜଣକ ହେଉଛନ୍ତି ଅନୁଗୁଳର ଜଣେ କଲେଜ ଛାତ୍ର। ସେ ନିଜ ପ୍ରେମିକାକୁ ଭେଟିବାକୁ ଆସି ଯାଜପୁର ରୋଡ ଫେରୋକ୍ରୋମ ଗେଟ୍‌ କରୋନୀକୁ ଆସି ହଟହଟା ହୋଇଛନ୍ତି।

ସୂଚନାଯେଗ୍ୟ, ଅନୁଗୁଳର ଏକ କଲେଜରେ ଯୁକ୍ତ ୨ ପାଠ ପଢ଼ୁଥିବା ଜଣେ ଛାତ୍ର ବାବା ବେଶ ଧାରଣା କରି ତାଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଜପୁର ରୋଡ଼ ଆସିଥିଲେ। ତାଙ୍କ ଚାଲି ଚଳନ, ହାବଭାବ ଦେଖି କିଛି ଲୋକ ସନ୍ଦେହ କରିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବାବାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ବାବା ନଅଟକିବାରୁ ସେ ତାଙ୍କ ହାତ ଧରିପକାଇଥିଲେ। ବାବା ତମେ କୋଉଠୁ ଆସିଛ ବୋଲି ପଚାରିଥିଲେ। ବାବା କହିଥିଲେ ହିମାଳୟରୁ ଆସିଛନ୍ତି। ବାବାଙ୍କ ବୟସ ଓ ତାଙ୍କ ଚୁଟି, ଦାଢ଼ି ଦେଖି ବ୍ୟକ୍ତିଜଣଙ୍କ ସନ୍ଦେହ ହୋଇଥିଲା। ବାବାଙ୍କ ଦାଢ଼ି ଟାଣିଦେବାରୁ ଖସି ଯାଇଥିଲା ନକଲି ଦାଢ଼ି। ଚାହୁଁ ଚାହୁଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଗଲା। ପିଲାଚୋର ଭାବି ପୁଲିସକୁ ଡାକିଥିଲେ ସ୍ଥାନୀୟ ଲୋକେ।

ପୁଲିସ୍‌ ଖବର ପାଇ ବାବା ସାଜିଥିବା ଛାତ୍ରଙ୍କୁ ଉଠାଇନେଇଥିଲେ। ପୁଲିସ୍‌ ଯୁବକ ଜଣକୁ ଅଧିକା ପଚରାଉଚରା କରିବା ପରେ ଜଣା ପଡ଼ିଥିଲା ଯେ, ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିଲେ। ତେଣୁ ଛାତ୍ର ଜଣକ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲଲେ।

ସମ୍ବନ୍ଧିତ ଖବର