ଭୁବନେଶ୍ଵର, ୨୦/୧୨ : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ। ଆସନ୍ତା ୧୨ ଘଣ୍ଟାରେ ନେବ ଅବପାତର ରୂପ। ପ୍ରଭାବରେ ବଦଳିଲା ପାଗର ମିଜାଜ୍। ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା। ରାଜଧାନୀରେ କୋହଲା ପାଗ ସହ ହାଲୁକା ବର୍ଷା। 

ସୂଚନାନୁଯାୟୀ, ଗତକାଲି ସ୍ପଷ୍ଟ ଚିହ୍ନଟ ହୋଇଥିବା ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡକୁ ଗତି କରିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି। ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।