ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ହୋଟେଲ ରୁମରୁ ତଳକୁ ଡ଼େଇଁଲେ ଯୁବକ, ତଦନ୍ତ କରୁଛି ପୋଲିସ

Published By : Anindita Ratha | April 29, 2025 1:05 PM

ଭୁବନେଶ୍ବର,୨୯/୦୪:  ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ। ନିଶା ସେବନ ପରେ ହୋଟେଲ ରୁମରୁ ତଳକୁ ଡ଼େଇଁଲେ ଯୁବକ। ଯୁବକଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଛି। ତେବେ ଯୁବକ ଜଣକ ବଲାଙ୍ଗୀର ମଧିଆପାଲି ଗାଁର ରାଜେଶ ଦୀପ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ବଲାଙ୍ଗୀର ସହରରେ ଥିବା ହୋଟେଲ ବ୍ଲୁଲାଗୁନରେ  ରୁମ ନେଇ ୪ ଜଣ ସାଙ୍ଗ ରହିଥିଲେ । ସମସ୍ତେ ନିଶା ସେବନ କରିଥିବା ବେଳେ ଆଜି ହୋଟେଲ ରୁମରୁ ରାଜେଶ ଡେଇଁ ପଡ଼ିଥିଲେ।  ତେବେ କାହିଁକି ଓ କେଉଁ କାରଣ ପାଇଁ ଏଭଳି କାଣ୍ଡ କରିଛନ୍ତି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।   ଘଟଣାସ୍ଥଳରୁ ଆମ୍ବୁଲାନ୍ସରେ ହୋଟେଲ କର୍ମଚାରୀ ଭୀମଭୋଇ ମେଡିକାଲକୁ ପଠାଇ ଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ସମସ୍ତେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ଫେରିବା ପରେ କାହିଁକି ହୋଟେଲ ରୁମ୍‌କୁ ଯାଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.