ଭୁବନେଶ୍ବର,୨୯/୦୪:  ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ। ନିଶା ସେବନ ପରେ ହୋଟେଲ ରୁମରୁ ତଳକୁ ଡ଼େଇଁଲେ ଯୁବକ। ଯୁବକଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଛି। ତେବେ ଯୁବକ ଜଣକ ବଲାଙ୍ଗୀର ମଧିଆପାଲି ଗାଁର ରାଜେଶ ଦୀପ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ବଲାଙ୍ଗୀର ସହରରେ ଥିବା ହୋଟେଲ ବ୍ଲୁଲାଗୁନରେ  ରୁମ ନେଇ ୪ ଜଣ ସାଙ୍ଗ ରହିଥିଲେ । ସମସ୍ତେ ନିଶା ସେବନ କରିଥିବା ବେଳେ ଆଜି ହୋଟେଲ ରୁମରୁ ରାଜେଶ ଡେଇଁ ପଡ଼ିଥିଲେ।  ତେବେ କାହିଁକି ଓ କେଉଁ କାରଣ ପାଇଁ ଏଭଳି କାଣ୍ଡ କରିଛନ୍ତି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।   ଘଟଣାସ୍ଥଳରୁ ଆମ୍ବୁଲାନ୍ସରେ ହୋଟେଲ କର୍ମଚାରୀ ଭୀମଭୋଇ ମେଡିକାଲକୁ ପଠାଇ ଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ସମସ୍ତେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ଫେରିବା ପରେ କାହିଁକି ହୋଟେଲ ରୁମ୍‌କୁ ଯାଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।