ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜର ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘଟଣା ବେଳେ ହୋଟେଲରେ ଅନେକ ଲୋକ ଫସି ରହି ଥିଲେ। ଅଗ୍ନିକାଣ୍ଡର ସୂଚନା ପାଇବା ପରେ ଆତଙ୍କ ଖେଳି ଯାଇଥିଲା। ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇ ଥିଲା। ଅଗ୍ନିଶମ ବାହିନୀ ଟିମ୍ ହୋଟେଲରେ ଫସି ଥିବା ପ୍ରାୟ ୧୩ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେଠାର ଲୋକଙ୍କ କହିବାନୁସାରେ ,ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହେବାରୁ ହୋଟେଲରେ ନିଆଁ ଲାଗି ଥିଲା। ହେଲେ ସମୟ ପୂର୍ବରୁ ନିଆଁକୁ ଲିଭା ଯାଇ ପାରି ଥିଲା। ଘଟଣାକୁ ସିଏମ୍ ଯୋଗୀ ମଧ୍ୟ ଧ୍ୟାନକୁ ନେଇଛନ୍ତି। ସିଏମ୍ ଯୋଗୀ ଅଫିସରଙ୍କୁ ତୁରନ୍ତ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ନେଇ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ , ସିଭିଲ ଲାଇନ୍ସରେ ବିଟଠଲ ହୋଟେଲ ଅଛି। ସୋମବାର ଦ୍ୱିପହର ସମୟ ପାଖାପାଖା ୧ଟା ୩୦ରେ ହୋଟେଲ ପାଖରେ ଥିବା ଟ୍ରାନ୍ସଫର୍ମରରେ ହଠାତ୍ ବ୍ଲାଷ୍ଟ ହୋଇ ଥିଲା। ଏହାର ନିଆଁ ଝୁଲ ହୋଟେଲର ତୃତୀୟ ମହଲା ଯାଏ ପହଞ୍ଚି ଯାଇ ଥିଲା। ଚାହୁଁ ଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରି ଥିଲା ଏବଂ ପୂରା ବିଲ୍ଡିଂକୁ କବଜା କରି ନେଇ ଥିଲା। ଘଟଣା ସମୟରେ ହୋଟେଲ ଭିତରେ ଅନେକ ଲୋକ ଫସି ଥିଲେ। ନିଆଁକୁ ଦେଖି ଭୟର ବାତାବରଣ ସୃଷ୍ଟି ହୋଇ ଥିଲା। ଅନେକ ଲୋକ ନିଜ ନିଜର ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଲେ , କିନ୍ତୁ ୧୩ ଜଣ ଲୋକ ହୋଟେଲର ବିଲ୍ଡିଂରେ ହିଁ ଫସି ରହି ଥିଲେ। ହୋଟେଲର ଲୋକଙ୍କ ଚିତ୍କାରକୁ ଦେଖି ବାଣୀ ପ୍ରକାଶନର ଯୋଗେନ୍ଦ୍ର ଯାଦବ ତୁରନ୍ତ ଏହାର ସୂଚନା ଅଗ୍ନିଶମ ବାହିନୀ ଓ ପୁଲିସକୁ ଦେଇ ଥିଲେ। ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଥିଲେ। ଏବେ ସୁଦ୍ଧା ୧୩ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ନିଆଁକୁ କାବୁ କରାଯାଇ ପାରିଛି।
ବାଣୀ ପ୍ରକାଶନର ଯୋଗେନ୍ଦ୍ର କହିଛନ୍ତି ଯେ, ହୋଟେଲ ନିକଟରେ ଦୁଇଟି ଟ୍ରନ୍ସଫର୍ମର ରଖାଯାଇ ଥିଲା। ଅଧିକ ଗରମ କାରଣରୁ ଅନ୍ୟ ଟ୍ରାନ୍ସଫର୍ମରରେ ହଠାତ୍ ବ୍ଲାଷ୍ଟ ହୋଇ ଗଲା। ଟ୍ରାନ୍ସଫର୍ମରର ନିଆଁ ହୋଟେଲର ୩ୟ ମହଲାକୁ ହଠାତ୍ ଧରି ନେଇ ଥିଲା। ଦେଖୁ ଦେଖୁ ହୋଟେଲରୁ ଖୁବ୍ ଉଚ୍ଚର ନିଆଁର ଆସ୍ତରଣ ଉଠିବାକୁ ଲାଗିଲା, ଯାହାକୁ ଦେଖି ଆଖପାଖର ଲୋକଙ୍କ ଠାରେ ମଧ୍ୟ ଆତଙ୍କ ଖେଳିଗଲା। ତାଙ୍କର କହିବାନୁସାରେ , ନିଆଁ ପ୍ରେମ ପୁଷ୍ପା ପ୍ଲାଜାର ୩ୟ ମହଲାରେ ମଧ୍ୟ ଲାଗି ଥିଲା। ହେଲେ ସଠିକ୍ ସମୟରେ ନିଆଁକୁ ଲିଭାଇ ଦିଆଯାଇ ଥିଲା। ତୁରନ୍ତ ମ୍ୟୁନିସପାଲିଟିରୁ ହାଇଡ୍ରୋଲିକ୍ ମେସିନକୁ ମଗାଯାଇ ଥିଲା। ଯାହା ମାଧ୍ୟମରେ ହୋଟେଲ ଉପରେ ପାଣି ଛିଞ୍ଚନ କରି ନିଆଁକୁ କାବୁ କରାଯାଇ ପାରି ଥିଲା।
ଆହୁରି ମଧ୍ୟ ପଢନ୍ତୁ : ‘ଭଲରେ ମାନିଲେ ଠିକ୍, ନହେଲେ ଦ୍ୱିତୀୟ ଉପାୟ ଅଛି’; ନମାଜ ପାଠକୁ ନେଇ CM ଯୋଗୀଙ୍କ ବଡ଼ ଚେତାବନୀ !