ନୂଆଦିଲ୍ଲୀ - ୟୁପିର କାସଗଞ୍ଜରେ ଗୋଟିଏ ଘରେ ପାଞ୍ଚ ଜଣ ଲୋକଙ୍କ ଆତ୍ମହତ୍ୟା ଘଟଣା ଉପରୁ ଉଠିଛି ପରଦା । ଅମାନପୁରରେ, ଗୋଟିଏ ପରିବାରର ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ମାମଲାରେ , ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତାଙ୍କର ତିନି ଜଣ ପିଲାଙ୍କୁ ବିଷ ଦେଇ, ପତ୍ନୀଙ୍କ ଘଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରି ଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଆର୍ଥିକ ସମସ୍ୟା ଯୋଗୁଁ ବ୍ୟକ୍ତି ଜଣଙ୍କ ନିଜର ପୂରା ପରିବାରକୁ ଉଜାଡ଼ି ଦେଇଥିଲେ।

ଜିଲ୍ଲା ହସ୍ପିଟାଲର ଦୁଇ ଜଣ ଡାକ୍ତର ଶନିବାର ବିଳମ୍ୱିତ ରାତିରେ ସତ୍ୟବୀର , ତାଙ୍କର ପତ୍ନୀ ରାମଶ୍ରୀ ଓ ତିନି ପିଲାଙ୍କ ମୃତଦେହର ପୋଷ୍ଟମର୍ଟମ କରିଥିଲେ। ଜିଲ୍ଲା ପ୍ରଶାସନ ପାଞ୍ଚୋଟି ମରଶରୀରର ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ମଧ୍ୟ କରାଇଛି। କରି ଥିଲେ। ରିପୋର୍ଟରେ ତିନି ଜଣ ପିଲାଙ୍କୁ ବିଷଦେବା , ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ଓ ସତ୍ୟବୀର ଫାଶୀ ଲଗେଇ ଜୀବନ ହାରିବା କଥା ସାମ୍ନାକୁ ଆସିଛି।

ଡାକ୍ତରମାନେ ପିଲାଙ୍କର ମରଶରୀରର ଭିସେରା ମଧ୍ୟ ସୁରକ୍ଷିତ ରଖି ଯାଞ୍ଚ ପାଇଁ ପଠାଇଛନ୍ତି। ସମସ୍ତ ମୃତଦେହ ପାଖାପାଖି ତିନି ଦିନ ତଳର ବୋଲି କୁହାଯାଉଛି। ସତ୍ୟବୀର ପୂରା ଯୋଜନା କରି ଏହି ଘଟଣା ଘଟାଇଛନ୍ତି। କୁହାଯାଉଛି ଯେ, ଯୋଜନା ମୁତାବିକ ସେ ବିଷାକ୍ତ ପଦାର୍ଥ ଘରକୁ ଆଣିଥିଲେ।