ମାଲକାନଗିରି ସହରରେ ଗଣଦୌଡ଼ ପ୍ରତିଯୋଗିତା , ଦୌଡ଼ରେ ୫୦୦ ପ୍ରତିଯୋଗୀ ସାମିଲ

ମାଲକାନଗିରି : ମାଲକାନଗିରି ସହରରେ ଆଜି ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଗଣ ଦୌଡ଼ରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଛୋଟ ପିଲା ଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ସାମିଲ ହୋଇଥିଲେ। ଜିଲ୍ଲା ସଦର ମହକୁମା ଷ୍ଟାଡିୟମ୍ ଠାରୁ ତିନି କିଲୋମିଟର ଡି ଏନ୍ କେ ଖେଳ ପଡିଆ ପର୍ଯ୍ୟନ୍ତ ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧାନି, ସମ୍ମାନିତ ଅତିଥି ଭାବେ
ଡି ଏଫ୍ ଓ ପ୍ରତାପ କୋଟାପାଲି, ଇନ୍ସପେକ୍ଟର ରାମ ପ୍ରସାଦ ନାଗ, ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି , ରେଞ୍ଜର ଜଗନ୍ନାଥ ବିଷୋୟୀ ଓ ଅନ୍ୟତମ ଅତିଥି ଭାବେ ଦୁର୍ଯ୍ୟୋଧନ ପାତ୍ର, ରତ୍ନାକର ଦାଶ, ଭାସ୍କର ଚନ୍ଦ୍ର ବେହେରା ଉପସ୍ଥିତ ରହି ସବୁଜ ପତାକା ଦେଖାଇ ମାରାଥନ୍ ଶୁଭାରମ୍ଭ କରିଥଲେ।
ଆଜିର ଏହି ମିନି ମାରାଥନରେ ଜେ ଏନ୍ ଭି ବିଦ୍ୟାଳୟ, ମହିଳା ମହବିଦ୍ୟାଳୟ, ଆଓମା ଗୁରୁକୂଳ , ମର୍ଡନ ଇଂଲିଶ ସ୍କୁଲ, ସ୍ପୋଟର୍ସ ହଷ୍ଟେଲର ପାଞ୍ଚ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ତା ସହ ସହରର ଅନେକ ମହିଳା ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଡି ଏନ କେ ଖେଳ ପଡିଆରେ ମାରାଥନ ଶେଷ କରିବା ପରେ , ମାରାଥନରେ କୃତିତ୍ୱ ହାସଲ କରିଥିବା ଓ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ଏବଂ ପୁରସ୍କାର ବିତରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଜିଲ୍ଲା ସଂଯୋଜକ ରମ୍ୟ ରଞ୍ଜନ ପରିଡ଼ା, ଉପ ଜିଲ୍ଲା ସଂଯୋଜକ ଉତ୍ତମ ସହା, ପ୍ରସାଦ ନାୟକ, ବିନାଶ ମିଶ୍ର, ଶ୍ୟାମ ସୁନ୍ଦର ନାୟକ, ସୁଶାନ୍ତ ସାମଲ ଏବଂ କିସ୍ ଜିଲ୍ଲା ଅଭିଭାବକ ସଂଘର ସଦସ୍ୟ ସଦସ୍ୟା ମାନେ ସହଯୋଗ କରୁଥିଲେ। କିସ୍ କିଟ୍ ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ମିନି ମାରାଥନ ଆୟୋଜିତ ହୋଇଥିଲା।