PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଆତଙ୍କବାଦୀଙ୍କ ସହ ଆଇଏସ୍ଆଇ ମାସେ ପୂର୍ବରୁ କରିଥିଲା ପୁଲଓ୍ବାମା ଆକ୍ରମଣର ଷଡଯନ୍ତ୍ର

ନୂଆଦିଲ୍ଲୀ,୧୯।୩: ଭାରତରେ ଆତଙ୍କବାଦର ପ୍ରସାର କରିବା ପାଇଁ ଆତଙ୍କୀ ସଂଗଠନକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଠାରୁ  ସାହାର୍ଯ୍ୟ ମିଳିଥାଏ। ଏକଥା ପୂର୍ବରୁ ବହୁବାର ପ୍ରମାଣ ହୋଇସାରିଛି। ତେବେ ସୁତ୍ରରୁ ମିଳିଥିବା ଖବର ଅନୁସାରେ ୧୪ ଫେବୃଆରୀରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ପ୍ରାୟ ୧ ମାସ ପୂର୍ବରୁ ହୋଇଥିଲା। ଆଇଏସଆଇ ଜୈଶ-ଇ-ମହମ୍ମଦ, ତାଲିବାନୀ ଆତଙ୍କବାଦୀ, ହକାନୀ ନେଟଓ୍ବାର୍କର ମିଳିତ ବୈଠକ ହୋଇଥିଲା, ଯେଉଁଥିରେ ପୁଲଓ୍ବାମା ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା।

ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ପୁଲଓ୍ବାମା ଆକ୍ରମଣର ୧ ମାସ ପୂର୍ବରୁ ମାସୁଦ ଆଝାର ତାଲିବାନ ଓ ହକାନୀ ନେଟଓ୍ବର୍କର ନେତାମାନଙ୍କ ସହିତ ବୈଠକ କରିଥିଲା। ଏହି ଆକ୍ରମଣରେ ଯୋଜନା ପ୍ରସ୍ତୁତ କରାଯାଇଥିଲା ଯେ ଭାରତରେ  ଏକ ଆତ୍ମଘାତୀ ଆକ୍ରମଣ କରାଯିବ। ଏହି ବୈଠକକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ପରିଚାଳନା କରିଥିଲା। ବୈଠକ ବାହାଓ୍ବଲପୁରରେ ହୋଇଥିଲା। ଉଲ୍ଳେଖନୀୟ ଯେ ବାହାଓ୍ବଲପୁରରେ ଜୈଶ-ଇ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରର ଆଡ୍ଡା, ଯେଉଁଠାରୁ ସେ ନିଜର ଆତଙ୍କୀ ଗତିବିଧି ପୂରଣ କରିଥାଏ।

ବାଲକୋଟ ଭଳି ଆତଙ୍କବାଦୀ କ୍ୟାମ୍ପକୁ ଭାରତ ନଷ୍ଟ କରିଥିଲା। ଯେଉଁଥିରେ ତାଲିବାନୀ ଓ ହକାନୀ ନେଟଓ୍ବାର୍କର ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ସହିତ ଟ୍ରେନିଂ ନେଉଥିଲେ। ମିଳିଥିବା ସୂଚନା ଅନୁସାରେ ୨୦୦୧ ପୂର୍ବରୁ ଜେଇଏମ ଓ ତାଲିବାନୀ ଆତଙ୍କବାଦୀ ଏକ ସାଙ୍ଗରେ ଅଫଗାନୀସ୍ଥାନର ତାଲିବାନ କ୍ୟାମ୍ପରେ ଟ୍ରେନିଂ ନେଉଥିଲା। ୨୦୦୧ରେ ତାଲିବାନ ଉପରେ ଆମେରିକା ଆକ୍ରମଣ କରିଥିଲା, ଏହାପରେ ବାଲକୋଟରେ ଏହାର ଟ୍ରେନିଂ ଆରମ୍ଭ ହୋଇଥିଲା। କୁହାଯାଉଛି ଯେ ବାଲକୋଟ କ୍ୟାମ୍ପରେ ଯେଉଁ ଆତଙ୍କବାଦୀ ଥିଲେ ତାଙ୍କ ଭିତରୁ ଅଧା ଆତଙ୍କବାଦୀଙ୍କୁ କଶ୍ମୀର ପଠାଯାଇଥାନ୍ତା ଓ ଅନ୍ୟମାନଙ୍କୁ ଅଫଗାନିସ୍ଥାନ ପଠାଯାଇଥାନ୍ତା।

ଉଲ୍ଳେଖନୀୟ ଯେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଯବାନ ଶହୀଦ ହୋଇଥିଲେ। ଯାହାର ପ୍ରତିଶୋଧ ଭାରତୀୟ ବାୟୁସେନାର ପାକିସ୍ତାନର ବାଲକୋଟ ସ୍ଥିତି ଜୈଶ-ଇ-ମହମ୍ମଦ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରି ନେଇଥିଲା। ଏହି ଏୟାର ଷ୍ଟ୍ରାଇକରେ ଜୈଶର ବହୁ କ୍ଷତି ହୋଇଥିଲା।

ସମ୍ବନ୍ଧିତ ଖବର