ଗୁଗଲରେ କୋଟିଏ ଟଙ୍କିଆ ଚାକିରୀ ପାଇଲେ ମୁମ୍ବାଇର ଏହି ବାଳକ, ଚାକିରୀ ପାଇଁ କରିଥିଲେ ଏମିତି କିଛି…

source;www.homeanddecor.com.sg
ମୁମ୍ବାଇ ୨୯/୩: ମୁମ୍ବାଇର ଜଣେ ଇଞ୍ଜିନିୟରଙ୍କୁ ଗୁଗଲର ଲଣ୍ଡନ ଅଫିସ ତରଫରୁ ଏକ କୋଟି ୨୦ ଲକ୍ଷ ଟଙ୍କିଆ ଚାକିରୀର ଅଫର ଆସିଛି । କୋଟିଏ ୨୦ ଲକ୍ଷ ଟଙ୍କିଆ ଚାକିରୀ କରିବା ପାଇଁ ତାଙ୍କୁ କଣ କରିବାକୁ ପଡିଛି ଅନୁମାନ କରିପାରୁଛନ୍ତି କି ? କିଛି ନୁହେଁ । ତେବେ କେମିତି ପାଇଲେ ଏହି ଚାକିରୀ ଆସନ୍ତୁ ଜାଣିବା …
ଗୁଗୁଲ ଅଫିସରେ କାମ କରିବା ଅର୍ଥ ନିଜର ସବୁ ସ୍ୱପ୍ନକୁ ସାକାର କରିବା ସହିତ ସମାନ । ମୁମ୍ବାଇର ମୀରା ରୋଡରେ ରହୁଥିଲା ଜଣେ ଷ୍ଟୁଡେଣ୍ଟ । ଇଞ୍ଜିନିୟରିଂ କରୁଥିଲା । ନାମ ଅବ୍ଦୁଲା ଖାନ୍ । ଏହି ଷ୍ଟୁଡେଣ୍ଟର ସମୟ କଟୁନଥିଲା । ତେଣୁ ସମୟ ବିତାଇବା ପାଇଁ ସେ ଅନଲାଇନ୍ କଣ୍ଟେଷ୍ଟରେ ଭାଗ ନେବାପାଇଁ ମନସ୍ତ କଲା । ସେହି ଅନଲାଇନ୍ କଣ୍ଟେଷ୍ଟ ଗୁଗୁଲ ତରଫରୁ ଥିଲା । ସେଥିରେ ସେ ପାସ୍ ହୋଇଗଲା । ଏହା ପରେ କିଛି ଇଣ୍ଟରଭ୍ୟୁ ଆଦି ହେଲା । ଫାଇନାଲ ପରୀକ୍ଷା ଗୁଗୁଲର ଲଣ୍ଡନ ଅଫିସରେ ହେଲା । ସବୁ କ୍ଲିୟର ହେବା ପରେ ଶେଷରେ ଜବ୍ ମିଳିଗଲା ।