ଭୁବନେଶ୍ଵର, ୧୮/୦୫ : ଭୁବନେଶ୍ବରରେ ଖୋଲିବ SEBI ର ବ୍ରାଞ୍ଚ ଅଫିସ । କିଛି ମାସ ମଧ୍ୟରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ। ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।
ଯୁଦ୍ଧ ପାଇଁ ଷ୍ଟକ୍ ମାର୍କେଟରେ ପ୍ରଭାବ ପଡୁଛି। ଆଗକୁ ବିଶ୍ୱ ବଜାରରେ ମେଲ୍ଟ ଡାଉନକୁ ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତଳ ଉପର ମାର୍କେଟ ରିହିବ। ତେଣୁ ନିବେଶକାରୀ ଧର୍ଯ୍ୟ ରଖିବା ଦରକାର। କିନ୍ତୁ ନିବେଶକଙ୍କୁ ଧାର୍ଯ୍ୟ ସହ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ। ଏପଟେ ଓଡ଼ିଶାରେ ଏସଆଇପିର ଚାହିଦା ବଢ଼ିଛି। ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେବି ଓଡ଼ିଶା ପଛରେ ରହିଛି। ଏହାକୁ ବୃଦ୍ଧି କରିବା ପାଇଁ ସେବି ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ମୁନିସିପାଲିଟି ବଣ୍ଡକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ୩୪ ଟି ସହରରେ ଏହି ବଣ୍ଡ୍ ଆରମ୍ଭ ହୋଇଛି, ଆଗକୁ ଏହାର ଚାହିଦା ବୃଦ୍ଧି ପାଇବ। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି ବଣ୍ଡ୍ ଆରମ୍ଭ କରିବା ପାଇଁ ସେବି ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇଥିବାରୁ ନିବେଶକୁ ବୃଦ୍ଧି କରିବା ସହ ଏଥିରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ଖୁବଶୀଘ୍ର ଭୁବନେଶ୍ୱରରେ ସେବିର ବ୍ରାଞ୍ଚ କାର୍ଯ୍ୟଳୟ ଆରମ୍ଭ ହେବାକୁ ଯାଉଛି। ଆଜି ସେନେଇ ଏକ ଏମଓୟୁ ସ୍ବାକ୍ଷର ହେଉଥିବା ବେଳେ କିଛି ମାସ ମଧ୍ୟରେ ତାହା ଆରମ୍ଭ ହେବ ବୋଲି ସେବି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ମ୍ୟୁଚୁଆଲ ଫଣ୍ଡ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି।...
ଏହି ଖବରଟିକୁ ପଢନ୍ତୁ- Vigilance Raid : ୫ ହଜାର ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡି ବସିଲା ଭିଜିଲାନ୍ସ ଟିମ୍