କେନ୍ଦ୍ରାପଡ଼ା ୧୮/୦୫: ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ। ୫ ହଜାର ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ୍ ଧରାପଡିଲେ ପ୍ରଧାନଶିକ୍ଷକ। କେନ୍ଦ୍ରାପଡା ମହାକାଳପଡାର ଯୁଗରୂପା ବିଦ୍ୟା ଭବନର ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନଶିକ୍ଷକ ଜଣକ ଦରମା କରାଇଦେବା ପାଇଁ ସ୍କୁଲ ଜଗୁଆଳିଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ତାଙ୍କ ନିକଟରେ ରଙ୍ଗବେଳା ୫୦୦୦ ହଜାର ଟଙ୍କା ଜବତ କରାଯାଇଛି। ପ୍ରଧାନଶିକ୍ଷକ ଅଫିସ ସମେତ ବିଭିନ୍ନ ସ୍ଥାନ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି। ଚଢ଼ାଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ :-  Special Intensive Revision: ରାଜ୍ୟରେ ୩୦ରୁ ଘରକୁ ଘର ବୁଲିବେ ବିଏଲଓ, ହେଲେ ଏଯାଏ ମିଳିନି ବୁଥ୍ ଏଜେଣ୍ଟଙ୍କ ତାଲିକା

ସୂଚନା ଅନୁଯାୟୀ,୨୦୨୫ ଅଗଷ୍ଟ ମାସରୁ ଜଗୁଆଳିଙ୍କ ଦରମା ଟଙ୍କା ଅଟକି ରହିଥିଲା। ଦରମା ଟଙ୍କା ଉଠାଇବା ପାଇଁ ଡିଇଓ କାର୍ଯ୍ୟାଳୟର ବିଇଓଙ୍କ ନିକଟକୁ ଉପସ୍ଥାପନ ପତ୍ର ପଠାଇବାକୁ ସେ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରୁଥିଲେ। କିନ୍ତୁ ପ୍ରଧାନଶିକ୍ଷକ ଏଥିପାଇଁ ୫ ହଜାର ଟଙ୍କା ମାଗୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଥିଲା। ସ୍କୁଲ ଜଗୁଆଳିଙ୍କ ଠାରୁ ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।