ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବହୁ ଉଚ୍ଚତାରେ ଯାଉଥିଲା ବିମାନ, ହଠାତ୍‌ ଫ୍ଲାଇଟ୍ ଡୋର ଖୋଲି ଦେଲେ ଜଣେ ଯାତ୍ରୀ, ତାପରେ ...

Published By : Prameya | March 7, 2025 10:32 PM

ନୂଆଦିଲ୍ଲୀ : ସ୍ପେନ୍‌ର ମାଡ୍ରିଡ୍‌ ବରାଜାସ ବିମାନ ବନ୍ଦରରୁ ଭେନେଜୁଏଲାର ରାଜଧାନୀ କାରାକାସ ଯାଉଥିବା ପ୍ଲସ୍‌ ଅଲଟ୍ରା ଫ୍ଲାଇଟ୍‌ ୭୦୧ରେ ଏହି ସମୟରେ ଆତଙ୍କ ଖେଳି ଗଲା, ଯେତେବେଳେ ଜଣେ ଯାତ୍ରୀ ଉଡ଼ାଣ ବେଳେ ହଠାତ୍‌ ଏମର୍ଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରି ଥିଲେ। ଏହି ଘଟଣା ୨୮ଫେବ୍ରୁଆରୀରେ ଘଟି ଥିଲା।

 ଯାତ୍ରୀ ହଠାତ୍‌ ଖୋଳିଲେ ଏମର୍ଜେନ୍ସି ଗେଟ୍‌ –

ଡେଲିମେଲ୍‌ର ରିପୋର୍ଟ ମୁତାବିକ, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି, ବିମାନର ଏମର୍ଜେନ୍ସି ଡୋର ପାଖରେ ବସିଥିବା ଜଣେ ଯୁବକ ହଠାତ୍‌ ଉଠି ଡୋର ଖୋଲିବାକୁ ଚେଷ୍ଟା କରିବାକୁ ଲାଗିଲେ। ଅନ୍ୟ ଯାତ୍ରୀମାନେ ତାଙ୍କୁ ଡୋରର ଲିଭର ଟାଣିବାର ଦେଖି ତୁରନ୍ତ ଆଲାର୍ମ ବଜାଇ ଥିଲେ। ଏହାପରେ ବିମାନର କ୍ରୁ ମେମ୍ୱର ମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ଯାତ୍ରୀଙ୍କୁ କାବୁ କରି ଥିଲେ। 

୩୫,୦୦୦ଫୁଟ୍‌ର ଉଚ୍ଚରେ ଆତଙ୍କିତ ମାହୋଲ –

ଘଟଣା ସମୟରେ ବିମାନ ଆଟଲାଣ୍ଟିକ ମହାସାଗର ଉପରେ ପାଖାପାଖି ୩୫,୦୦୦ଫୁଟର ଉଚ୍ଚତାରେ ଉଡ଼ାଣ ଭରୁ ଥିଲା। ଏମର୍ଜେନ୍ସି ଗେଟ୍‌ ଖୋଲିବା କାରଣରୁ ଯାତ୍ରୀଙ୍କ ଠାରେ ଭୟ ବାତାବରଣ ସୃଷ୍ଟି ହୋଇଥିଲା। କିଛି ଯାତ୍ରୀ ନିଜ ସିଟ୍‌ରୁ ଉଠି ଡୋର ଆଡ଼କୁ ଦେଖିବାକୁ ଲାଗିଲେ, ତ କିଛି ଘାବରାଇ ଯାଇ ଚିତ୍କାର କରିବାକୁ ଲାଗିଲେ। ଭାଇରାଲ ଭିଡ଼ିଓରେ ସ୍ପଷ୍ଟ ନଜର ଆସୁଛି କି ଫ୍ଲାଇଟ୍‌ ଆଟେଣ୍ଡେଣ୍ଟସ୍‌ ଓ କିଛି ଯାତ୍ରୀମାନେ ମିଶି ଏହି ଯୁବକଙ୍କୁ ଧରି ନେଇ ଥିଲେ ଏବଂ ତାଙ୍କୁ ତଳେ ଶୁଆଇ ଦେଇ ହାତକୁ ପଛକୁ ନେଇ ବାନ୍ଧି ଦେଇ ଥିଲେ। 

କ୍ରୁ ମେମ୍ୱରକୁ ଲାଗିଲା ଆଘାତ –

ଏହି ପୂରା ଘଟଣା ବେଳେ ଜଣେ ମହିଳା କ୍ରୁ ମେମ୍ୱରଙ୍କୁ ମଧ୍ୟ ଆଘାତ ଲାଗିଛି ,ଯେବେ ସେ ଯାତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରୁ ଥିଲେ। ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପରେ, ବିମାନ କ୍ରୁ ସଦିଗ୍ଧ ଯାତ୍ରୀ ଉପରେ କଡ଼ା ନଜର ରଖି ଥିଲେ ଏବଂ ବିମାନ ଲ୍ୟାଣ୍ଡ ହେବା ଯାଏ ତାଙ୍କୁ କାବୁରେ ରଖି ଥିଲେ। ଏହି ଘଟଣାର ଭିଡ଼ିଓ ଓ ଫଟୋ @ LIaneroDigitakIV ନାମକ ୟୁଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। ୟୁଜର ଲେଖିଛନ୍ତି , ମାଡ୍ରିଡ୍‌-କାରକାସ ମାର୍ଗରେ ଉଡ଼ାଣ ଭରୁ ଥିବା ପ୍ଲସ୍‌ ଅଲଟ୍ରା ଏୟାରଲାଇନ୍ସର ଫ୍ଲାଇଟ୍ ୭୦୧ରେ ଯାତ୍ରୀମାନେ ଓ କ୍ରୁ ମେମ୍ୱର୍ସଙ୍କର ସୁରକ୍ଷାକୁ ବିପଦରେ ପକାଇବାର ଘଟଣା ଘଟିଛି। 


ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ୟୁଜର୍ସ ସୁରକ୍ଷା ଉପାୟ ଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଛନ୍ତି, କିଛି ଫ୍ଲାଇଟ୍‌ କ୍ରୁ'ଙ୍କର ବାହାଦୂରୀର ପ୍ରଶଂସା କରିଛନ୍ତି। ହେଲେ ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି, ଏହି ଯାତ୍ରୀ ଏମିତି କାହିଁକି କଲେ ଏବଂ ତାଙ୍କ ବିରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.