ନୂଆଦିଲ୍ଲୀ : ସ୍ପେନ୍‌ର ମାଡ୍ରିଡ୍‌ ବରାଜାସ ବିମାନ ବନ୍ଦରରୁ ଭେନେଜୁଏଲାର ରାଜଧାନୀ କାରାକାସ ଯାଉଥିବା ପ୍ଲସ୍‌ ଅଲଟ୍ରା ଫ୍ଲାଇଟ୍‌ ୭୦୧ରେ ଏହି ସମୟରେ ଆତଙ୍କ ଖେଳି ଗଲା, ଯେତେବେଳେ ଜଣେ ଯାତ୍ରୀ ଉଡ଼ାଣ ବେଳେ ହଠାତ୍‌ ଏମର୍ଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରି ଥିଲେ। ଏହି ଘଟଣା ୨୮ଫେବ୍ରୁଆରୀରେ ଘଟି ଥିଲା।

 ଯାତ୍ରୀ ହଠାତ୍‌ ଖୋଳିଲେ ଏମର୍ଜେନ୍ସି ଗେଟ୍‌ –

ଡେଲିମେଲ୍‌ର ରିପୋର୍ଟ ମୁତାବିକ, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି, ବିମାନର ଏମର୍ଜେନ୍ସି ଡୋର ପାଖରେ ବସିଥିବା ଜଣେ ଯୁବକ ହଠାତ୍‌ ଉଠି ଡୋର ଖୋଲିବାକୁ ଚେଷ୍ଟା କରିବାକୁ ଲାଗିଲେ। ଅନ୍ୟ ଯାତ୍ରୀମାନେ ତାଙ୍କୁ ଡୋରର ଲିଭର ଟାଣିବାର ଦେଖି ତୁରନ୍ତ ଆଲାର୍ମ ବଜାଇ ଥିଲେ। ଏହାପରେ ବିମାନର କ୍ରୁ ମେମ୍ୱର ମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ଯାତ୍ରୀଙ୍କୁ କାବୁ କରି ଥିଲେ। 

୩୫,୦୦୦ଫୁଟ୍‌ର ଉଚ୍ଚରେ ଆତଙ୍କିତ ମାହୋଲ –

ଘଟଣା ସମୟରେ ବିମାନ ଆଟଲାଣ୍ଟିକ ମହାସାଗର ଉପରେ ପାଖାପାଖି ୩୫,୦୦୦ଫୁଟର ଉଚ୍ଚତାରେ ଉଡ଼ାଣ ଭରୁ ଥିଲା। ଏମର୍ଜେନ୍ସି ଗେଟ୍‌ ଖୋଲିବା କାରଣରୁ ଯାତ୍ରୀଙ୍କ ଠାରେ ଭୟ ବାତାବରଣ ସୃଷ୍ଟି ହୋଇଥିଲା। କିଛି ଯାତ୍ରୀ ନିଜ ସିଟ୍‌ରୁ ଉଠି ଡୋର ଆଡ଼କୁ ଦେଖିବାକୁ ଲାଗିଲେ, ତ କିଛି ଘାବରାଇ ଯାଇ ଚିତ୍କାର କରିବାକୁ ଲାଗିଲେ। ଭାଇରାଲ ଭିଡ଼ିଓରେ ସ୍ପଷ୍ଟ ନଜର ଆସୁଛି କି ଫ୍ଲାଇଟ୍‌ ଆଟେଣ୍ଡେଣ୍ଟସ୍‌ ଓ କିଛି ଯାତ୍ରୀମାନେ ମିଶି ଏହି ଯୁବକଙ୍କୁ ଧରି ନେଇ ଥିଲେ ଏବଂ ତାଙ୍କୁ ତଳେ ଶୁଆଇ ଦେଇ ହାତକୁ ପଛକୁ ନେଇ ବାନ୍ଧି ଦେଇ ଥିଲେ। 

କ୍ରୁ ମେମ୍ୱରକୁ ଲାଗିଲା ଆଘାତ –

ଏହି ପୂରା ଘଟଣା ବେଳେ ଜଣେ ମହିଳା କ୍ରୁ ମେମ୍ୱରଙ୍କୁ ମଧ୍ୟ ଆଘାତ ଲାଗିଛି ,ଯେବେ ସେ ଯାତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରୁ ଥିଲେ। ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପରେ, ବିମାନ କ୍ରୁ ସଦିଗ୍ଧ ଯାତ୍ରୀ ଉପରେ କଡ଼ା ନଜର ରଖି ଥିଲେ ଏବଂ ବିମାନ ଲ୍ୟାଣ୍ଡ ହେବା ଯାଏ ତାଙ୍କୁ କାବୁରେ ରଖି ଥିଲେ। ଏହି ଘଟଣାର ଭିଡ଼ିଓ ଓ ଫଟୋ @ LIaneroDigitakIV ନାମକ ୟୁଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। ୟୁଜର ଲେଖିଛନ୍ତି , ମାଡ୍ରିଡ୍‌-କାରକାସ ମାର୍ଗରେ ଉଡ଼ାଣ ଭରୁ ଥିବା ପ୍ଲସ୍‌ ଅଲଟ୍ରା ଏୟାରଲାଇନ୍ସର ଫ୍ଲାଇଟ୍ ୭୦୧ରେ ଯାତ୍ରୀମାନେ ଓ କ୍ରୁ ମେମ୍ୱର୍ସଙ୍କର ସୁରକ୍ଷାକୁ ବିପଦରେ ପକାଇବାର ଘଟଣା ଘଟିଛି। 


ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ଅନେକ ୟୁଜର୍ସ ସୁରକ୍ଷା ଉପାୟ ଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଛନ୍ତି, କିଛି ଫ୍ଲାଇଟ୍‌ କ୍ରୁ'ଙ୍କର ବାହାଦୂରୀର ପ୍ରଶଂସା କରିଛନ୍ତି। ହେଲେ ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇ ନାହିଁ କି, ଏହି ଯାତ୍ରୀ ଏମିତି କାହିଁକି କଲେ ଏବଂ ତାଙ୍କ ବିରୋଧରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଛି।