ନୂଆଦିଲ୍ଲୀ,୨୮/୦୪; ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ତାର ଅମାନତ ହରାଇଛି । କାଁ ଭାଁ ରାଜ୍ୟରେ ଦଳ କ୍ଷମତାରେ ରହିଛି । ଦୀର୍ଘ ବର୍ଷ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକାକୀ ଲଢୁଛି କଂଗ୍ରେସ । ଏହା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିନାହିଁ । ୨୦୨୧ରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନରେ ଦଳ ଖାତା ଖୋଲିପାରିନଥିଲା । ତେଣୁ ଏଥର ନିଜ ଦମରେ ଲଢୁଥିବା କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ।

ଏହା ବି ପଢନ୍ତୁ...Salim Dola: ଦାଉଦର ଘନିଷ୍ଠ ସହଯୋଗୀ ସଲିମ ଡୋଲା କିଏ ? ଗୁଟଖା ବିକି ତିଆରି କରିଥିଲା ୫ ହଜାର କୋଟିର ଡ୍ରଗ୍ସ ସିଣ୍ଡିକେଟ୍, ତୁର୍କୀରୁ ଗିରଫ

​​​​​​​

ଚଳିତ ନିର୍ବାଚନରେ କଂଗ୍ରେସ ଅଧୀର ରଞ୍ଜନ ଚୌଧୁରୀ ଏବଂ ମୌସମ ରପାଇ ବେଙ୍ଗଲରେ ନିଜ ଉପସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଛି । ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମ ମୋର୍ଚ୍ଚା ମେଣ୍ଟ କରି ପୂର୍ବରୁ ଅନେକ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢିଥିଲେ । ୨୦୧୬ରେ କଂଗ୍ରେସକୁ ୪୪ ଓ ବାମ ମୋର୍ଚ୍ଚାକୁ ୨୬ ଆସନ ମିଳିଥିଲା । ୨୦୨୧ରେ ଉଭୟ ଦଳ ଗୋଟିଏ ଆସନ ବି ଜିତିପାରିନଥିଲେ । ଅନ୍ୟପକ୍ଷରେ ୨୦୧୬ରେ ୩ଟି ଆସନରେ ଜିତିଥିବା ବିଜେପି ୨୦୨୧ରେ ୩୮% ଭୋଟ ଭାଗ ସହ ୭୭ ଆସନ ଜିତିଥିଲା । ଏଥର କଂଗ୍ରେସ ଏକା ଲଢୁଥିବା ବେଳେ ନିକଟରେ ଦଳୀୟ ନେତା ରାହୁଲ ଗାନ୍ଧୀ ବେଙ୍ଗଲରେ ଜୋରଦାର ପ୍ରଚାର କରିଥିଲେ । ଏହି ସମୟରେ ସେ ଟିଏମସି ଉପରେ ପ୍ରବଳ ବର୍ଷିଥିଲେ । ୬,୬୬୮ କମ୍ପାନି କାହିଁକି ପଶ୍ଚିବଙ୍ଗ ଛାଡି ପଳାଇଥିଲେ, ତାହାକୁ ଆଧାର କରି ସେ ମମତା ସରକାରଙ୍କୁ ଘେରିଥିଲେ ।

ରାହୁଲ ଗାନ୍ଧୀ କହିଥିଲେ, ବେଙ୍ଗଲରେ କାହାକୁ ରୋଜଗାର ଦରକାର ଅଛି ତ ସେମାନଙ୍କର କୌଣସି ସମ୍ପର୍କୀୟ ଟିଏମସିରେ ଥିବା ଦରକାର । ଏଭଳି ହେଲେ ଚାକିରି ମିଳିବ, ନଚେତ୍ ନାହିଁ । ଟିଏମସି ସରକାର ଜନତାଙ୍କ ପାଇଁ କାମ କରୁନାହିଁ । ବରଂ ଦଳର ଗୁଣ୍ଡମାନଙ୍କୁ ସବୁ ସୁବିଧା ସୁଯୋଗ ଦେଉଛି ।' ରାହୁଲଙ୍କ ଏହି ଭାଷଣର ଭିଡ଼ିଓକୁ ବିଜେପି ସୋସିଆଲ ମିଡିଆରେ ସେୟାର କରିଛି । ଟିଏମସିକୁ ଏଭଳି ଘେରିଥିବାରୁ ବିଜେପି ତାଙ୍କ ଧନ୍ୟବାଦ ବି ଜଣାଇଛି ।  ଅନ୍ୟପଟେ କଂଗ୍ରେସକୁ ଟାର୍ଗେଟ କରି ଦମଦମରେ ବର୍ଷିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । କଂଗ୍ରେସକୁ ଟାର୍ଗେଟ କରି ଶାହ କହିଥିଲେ, ''ଏଥର ବଙ୍ଗରେ କଂଗ୍ରେସ ଖାତା ଖୋଲିପାରିବନାହିଁ ବୋଲି କହିଥିଲେ । ପଶ୍ଚିମବଙ୍ଗ ଜନତା ଏବେ କଂଗ୍ରେସକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ରାଜ୍ୟରେ ଦଳର କୌଣସି ଆଧାର ନାହିଁ । ଭାଜପା ଦ୍ରୁତ ଗତିରେ ମଜଭୁତ ହେଉଛି । ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ।

ପଶ୍ଚିମବଙ୍ଗରେ ୧୫୨ ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ରେକର୍ଡ ଭୋଟିଂ ହୋଇଥିଲା । ମତଦାନ ହାର ୯୨.୧୦ ପ୍ରତିଶତ ରେକର୍ଡ ହୋଇଥିଲା । ଆସନ୍ତାକାଲି ୧୪୨ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ କୋଲକାତା ଉତ୍ତର, କୋଲକାତା ଦକ୍ଷିଣ, ହାୱଡ଼ା, ନଦିଆ, ଉତ୍ତର ୨୪ ପ୍ରାଗଣ, ଦକ୍ଷିଣ ୨୪ ପ୍ରାଗଣ, ହୁଗଲି ସମେତ ୮ଟି ନିର୍ବାଚନ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଛି । ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼଼ାକଡ଼ି ହୋଇଛି ।