ବିବାଦରେ ଗାନ୍ଧି ଗୋଡ୍ସେ ଏକ ୟୁଦ୍ଧ, ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କୁ ନେଇ ଏମିତି କହିଲେ ଏଆର ରେହମାନ

thestatesman
ନୂଆଦିଲ୍ଲୀ ୨୬/୦୧: ହିନ୍ଦୀ ସିନେମାର ଜଣାଶୁଣା ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀ। ତାଙ୍କ ଫିଲ୍ମ ‘ଗାନ୍ଧି ଗୋଡସେ ଏକ ୟୁଦ୍ଧ’ ଜାନୁଆରୀ ୨୬ରେ ମୁକ୍ତିଲାଭ କରୁଛି। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏକ ନୂଆ ବିବାଦ ଉପୁଜିଛି। ସମାଲୋଚକଙ୍କ ଅନୁଯାୟୀ ଏହି ଫିଲ୍ମରେ ମହାତ୍ମା ଗାନ୍ଧିଙ୍କ ଅପେକ୍ଷା ତାଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଗାୟକ ଏଆର୍ ରେହମାନ ଏହି ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି।

ଏଆର୍ ରହମାନ ‘ଗାନ୍ଧି ଗୋଡସେ ଏକ ୟୁଦ୍ଧ’ ଫିଲ୍ମର ମ୍ୟୁଜିକ୍ କମ୍ପୋଜର୍। ସେ କହିଛନ୍ତି – ‘ସେମାନେ ଏପର୍ଯ୍ୟନ୍ତ ଫିଲ୍ମ ଦେଖି ନାହାଁନ୍ତି ଏବଂ ଭାବିନେଇଛନ୍ତି ଟ୍ରେଲର ଏକ ପକ୍ଷ ନେଇଛି। ବର୍ତ୍ତମାନ ଲୋକମାନେ ଫିଲ୍ମ ନିର୍ମାତାଙ୍କ ଉପରେ ବିଶ୍ୱାସ କରିବା ବନ୍ଦ କରି ଦେଇଛନ୍ତି। ଦୁର୍ଭାଗ୍ୟବଶତଃ ରାଜ କୁମାର ସନ୍ତୋଷୀ ଏହାର ଶିକାର ହୋଇଛନ୍ତି।’