PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଆସୁଛି ଆର୍ଥିକ ମାନ୍ଦାବସ୍ଥା , କିଣନ୍ତୁ ନାହିଁ କାର-ରେଫ୍ରିଜରେଟର ; ଜେଫ୍ ବେଜୋସ କରାଇଲେ ସତର୍କ

ନୂଆଦିଲ୍ଲୀ : ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଲୋକଙ୍କୁ ଦେଲେ ଚେତାବନୀ । ଆଗକୁ ଆସିପାରେ ଆହୁରି ମୁସ୍କିଲ ସମୟ। ଯାହାକି ସମସ୍ତଙ୍କୁ ଅର୍ଥିକ ସଙ୍କଟରେ ପକାଇପାରେ। ଏଥିପାଇଁ ସେ କମ୍‌ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ସେ ଲୋକଙ୍କୁ କହିଛନ୍ତି କି ଆଗାମୀ ଛୁଟିରେ କାର୍‌ ରେଫ୍ରିଜରେଟ୍‌ ଭଳି ଜିନିଷ କିଣନ୍ତୁ ନାହିଁ ,କାରଣ ଆର୍ଥିକ ମାନ୍ଦାବସ୍ଥା ଆସୁଛି। ଏହି କୋଟିପତି ବ୍ୟବସାୟୀ  ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛନ୍ତି କି ସେମାନେ ନିଜର ନଗଦ (କ୍ୟାସ୍‌)କୁ ସୁରକ୍ଷିତ ରଖନ୍ତୁ ଓ ପର୍ବପର୍ବାଣୀ ଛୁଟି ଅବସରରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କାଶ୍ମୀରୀ ସାମ୍ୱାଦିକଙ୍କୁ ଧମକାଉଛି ତୁର୍କୀର ଆତଙ୍କୀ, ରିପୋର୍ଟରେ ଖୁଲାସା

ଆମେରିକୀୟ ନ୍ୟୁଜ୍‌ ଚ୍ୟାନେଲ ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ବେଜୋସ କହିଛନ୍ତି, ଆଗାମୀ ଆର୍ଥିକ ମାନ୍ଦାବସ୍ଥାର ସ୍ଥିତିକୁ ଦେଖି , ଆମେରିକା ପରିବାର ଗୁଡ଼ିକୁ ରେଫ୍ରିଜରେଟର ବା ନୂଆ କାର ଭଳି ଅଧିକ ଦାମର ଜିନିଷର କିଣିବାକୁ ଦୂରେଇ ରୁହନ୍ତୁ ବୋଲି କହୁଛି।

ସାକ୍ଷାତକାରରେ ବେଜୋସ କହିଛନ୍ତି , ଯଦି ଆପଣ ଏକୁଟିଆ ଓ ଆପଣ ଏକ ବଡ଼ ଟିଭି ସ୍କ୍ରିନ୍‌ କିଣିବାକୁ ଚାହୁଁଛନ୍ତି ତ , ଏହାକୁ ବର୍ତ୍ତମାନ ରୋକି ଦିଅନ୍ତୁ ଏବଂ ଏହି କ୍ୟାସ୍‌କୁ ନିଜ ପାଖରେ ସାଇତି ରଖନ୍ତୁ ଏବଂ ଦେଖନ୍ତୁ ଆଗକୁ କଣ ହେଉଛି । ଏହିପରି ରେଫ୍ରିଜରେଟର , ନୂଆକାର  , ଯାହା କିଛି ବି ଅଛି , ଏହି ମହଙ୍ଗା କ୍ରୟ ଏବେ କରି ମସ୍କିଲରେପଡ଼ନ୍ତୁ ନାହିଁ।

ଏହା ବ୍ୟତିରେକ , ଆମାଜନର ପୂର୍ବତନ ସିଇଓ ଏହି ପରାମର୍ଶ ଦେଇଛନ୍ତି କି ଛୋଟ ବିଜନେସ କରୁଥିବା ଲୋକ ବି ବର୍ତ୍ତମାନ ନୂଆ ଉପକରଣର ନିବେଶରେ ରୋକ ଲଗେଇବାକୁ ବିଚାର କରନ୍ତୁ ଏବଂ ଏହା ପରିବର୍ତ୍ତେ ନିଜର କ୍ୟାସ୍‌ ରିଜର୍ଭକୁ ସୁରକ୍ଷିତ ରଖନ୍ତୁ। ଏହାକୁ ବୃଦ୍ଧି କରିବାକୁ ବିଚାର କରନ୍ତୁ। ବିଜୋସ କହିଛନ୍ତି , ସର୍ବଶ୍ରେଷ୍ଠ ହେବା ପାଇଁ ଆଶା ରଖନ୍ତୁ , କିନ୍ତୁ ସବୁଠୁ ଖରାପ ସମୟ ପାଇଁ ବି ପ୍ରସ୍ତୁତ ରୁହନ୍ତୁ।

ଏହା ବ୍ୟତୀତ ବେଜୋସ କହିଛନ୍ତି , ସେ ନିଜ ଜୀବନକାଳ ମଧ୍ୟରେ ନିଜର ୧୨୪ ବିଲିୟନ ଡଲାରର ମୋଟ ସଂପତ୍ତିର ଅଧିକାଂଶ ଭାଗ ଦାନ କରିଦେବେ। ଇ-କମର୍ସ ପାୟନିୟର ଟିଭି ଚ୍ୟାନେଲକୁ କହିଛନ୍ତି କି ସେ ନିଜ ଧନର ବଡ଼ ଭାଗ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଓ ଏମିତି ଲୋକଙ୍କୁ ସମର୍ଥନ କରିବା ପାଇଁ ଦାନ କରିଦେବେ , ଯିଏ ବହୁତ ସାମାଜିକ ଓ ରାଜନୀତିକ ବିଭାଜନ ସତ୍ତ୍ୱେ ମାନବତାକୁ ଏକତ୍ର କରି ପାରିବେ।

ବେଜୋସ ବର୍ତ୍ତମାନ ସମୟରେ ଆମଜନରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ଗତ ବର୍ଷ ଏଣ୍ଡି ଜେସି ଆମଜନର ସିଇଓର ଦାୟିତ୍ୱ ନେଇଛନ୍ତି ।

ସମ୍ବନ୍ଧିତ ଖବର