PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସିରିଜ ଦୁର୍ଘଟଣା ; ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍, ଦୁଇ ଆହତ

ଚଣ୍ଡିଖୋଲ, ୧୮/୧୧ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା । ଏନଏଚ୍୧୬ ଚଣ୍ଡିଖୋଲ ଛକ ନିକଟରେ ଏକ କାର ଅନ୍ୟ ଏକ କାର ସହ ଧକ୍କା ଦେଇଥିଲା । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓରେ ଧକ୍କା ଦେଇ ଓଲଟି ପଡିଥିଲା । ଫଳରେ ତିନୋଟି ଗାଡି ସମ୍ପୂର୍ଣ୍ଣ ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ଦୁଇଟି କାର୍ ଚଣ୍ଡିଖୋଲ ଅଭିମୁଖେ ଆସୁଥିବାବେଳେ ଗୋଟିଏ କାର୍ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓ ସହ ଧକ୍କା ଦେଇ ରାସ୍ତାକଡ଼କୁ ଫିଲ୍ମ ଷ୍ଟାଇଲରେ ଓଲଟି ପଡିଛି । ଏହି ସିରିଜ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ ଚଣ୍ଡିଖୋଲ ଅଗ୍ନିଶମବାହିନୀ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।