ମଧ୍ୟ ପ୍ରଦେଶ : ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାର ହସ୍ପିଟାଲରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି କାହାର ବି ଲୋମ ଟାଙ୍କୁରି ଉଠିବ। ଏଠାରେ ଡାକ୍ତରଙ୍କ ଅବେହେଳାର ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ପୂରା ସିଷ୍ଟମ ଉପର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକୃତ କଥା ହେଲା , ୨୦ ବର୍ଷିୟ ଜନ୍ ପାର୍ଟିଙ୍କୁ ଡାକ୍ତରମାନେ ସଠିକ୍ ଭାବେ ପରୀକ୍ଷଣ ନକରି ମୃତ ଘୋଷିତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ। କିନ୍ତୁ କାହାଣୀରେ ପ୍ରକୃତ ଟ୍ୱିଷ୍ଟ ସେତେବେଳେ ଆସିଲା , ଯେବେ ମୁର୍ଦାଘରେ କିଛି ଏମିତି ଘଟି ଥିଲା, ଯାହାର କଳ୍ପନା ମଧ୍ୟ କେହି କରି ନଥିଲେ।
ଯେଉଁକ୍ଷଣି ଯୁବକଙ୍କୁ ପୋଷ୍ଟମର୍ଟମ ପାଇଁ ରଖାଗଲା , କିଛି ସମୟ ପରେ ତାଙ୍କ ଶରୀରରେ ନାନା ପ୍ରତିକ୍ରିୟା ଆରମ୍ଭ ହେଲା। ଚେତା ଯେତେବେଳେ ଆସିବା ସେ ପୂରା ଚିନ୍ତାରେ ପଡ଼ିଗଲେ ଏବଂ ଉଲଗ୍ନ ଅବସ୍ଥାରେ ହିଁ ମୁର୍ଦାଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ। ତାକୁ ଏହି ସ୍ଥିତିରେ ଦେଖି ହସ୍ପିଟାଲରେ ଆତଙ୍କ ଖେଳି ଗଲା। ରୋଗୀ , ପରିଜନ ଓ ଷ୍ଟାଫ୍ ସମସ୍ତେ ଭୟଭୀତ ହୋଇଗଲେ। ଯେକେହି ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା କି ଯାହାକୁ ମୃତ ଘୋଷିତ କରାଯାଇ ଥିଲା , ସେ କେମିତି ବଞ୍ଚି ଉଠିଲା।
ସୂଚନା ଅନୁସାରେ , ଜନ୍ ପାର୍ଟି ହୁଜମିଲ ଅଞ୍ଚଳର ନିବାସୀ। ସେ ମାନସିକ ଉତ୍ତେଜନାରେ ପୀଡ଼ିତ ଥିଲେ। ୧୧ ମାର୍ଚ୍ଚରେ ସେ ବିଷାକ୍ତ ଜିନିଷ ଖାଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇ ଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ଭୁଲବଶତଃ ମୃତ ଘୋଷିତ କରିଦେଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟକର କଥା ଯେ, କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ପରୀକ୍ଷଣ ନକରି ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲେ।
ଚେତା ଫେରି ପାଇବା ପରେ ଯୁବକ ଜଣଙ୍କ ଯାହା କହିଲେ , ଯାହା ଆହୁରି ଭୟଙ୍କର ଥିଲା। ସେ କହିଥିଲେ , ଯଦି ସେ ସଠିକ୍ ସମୟରେ ଚେତା ଫେରି ପାଇ ନଥାନ୍ତେ ତ , ଡାକ୍ତର ତାଙ୍କୁ ଜିଅନ୍ତା ଚିରି ଦେଇଥାନ୍ତେ। ତାଙ୍କର ଏହି ବିବୃତ୍ତି ଏବେ ସୋସିଆଲ ମିଡ଼ିଆ ଓ ଲୋକଙ୍କ ମଧ୍ୟରେ ଖୁବ୍ ଜୋରରେ ଭାଇରାଲ ହେଉଛି ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉକ୍ତ ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ୍ ଆକ୍ରୋଶ ଦେଖା ଦେଇଛି। ଲୋକେ ଦୋଷୀ ଡାକ୍ତର ଓ ହସ୍ପିଟାଲ ପ୍ରଶାସନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରୁଛନ୍ତି। ଏବେ ଏହି ମାମଲାରେ ହସ୍ପିଟାଲ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ସାମ୍ନାକୁ ଆସିନାହି , ଯେଉଁଥିରେ ଲୋକଙ୍କ କ୍ରୋଧ ଆହୁରି ବଢି ଯାଇଛି।