ଘରେ ରହୁଥିଲେ ୪୫ଟି ବିଷାକ୍ତ ସାପ, ଘର ମାଲିକ ଦେଖିବା ପରେ ହେଲା ଏଭଳି ଅବସ୍ଥା…

ଟେକ୍ସସାସ୍,୨୩।୩: ଘରେ କିମ୍ବା ଆଖପାଖରେ ଯଦି ଗୋଟିଏ ବି ସାପ ଦେଖାଯାଏ ତେବେ ଅନେକ ଲୋକ ଭୟ କରନ୍ତି। କିନ୍ତୁ ଭାବନ୍ତୁ ଜଣେ ବ୍ୟକ୍ତି ଯେତେବେଳେ ଜାଣିଲେ ତାଙ୍କ ଘରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବଂର ୪୫ଟି ସାପ ରହିଛନ୍ତି। ସବୁତକ ସାପ ତାଙ୍କ ଘରେ ବର୍ଷ ବର୍ଷ ଧରି ରହୁଛନ୍ତି। ଘରେ ଥିବା ଥିବା ଏହି ସାପର ଭିଡିଓ ଏବେ ଜାରି କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧୯ ଲକ୍ଷ ଲୋକ ଦେଖିସାରିଛନ୍ତି। ଆପଣମାନେ ମଧ୍ୟ ଦେଖନ୍ତୁ କିଭଳି ଭାବରେ ବହୁ ବର୍ଷ ହେବ ଏହି ସାପ ଗୁଡିକ ଉକ୍ତ ବ୍ୟକ୍ତିଙ୍କ ଘରେ ଅଛନ୍ତି।
High winds were messing with a Texas man’s TV signal. When he crawled under his house … this is what he found.
— KMVT News (@KMVTNews) March 20, 2019
How would you handle this situation? #rattlesnake pic.twitter.com/mxizfCYtvx

ଏହି ଘଟଣାଟି ଆମେରିକାର ଟେକ୍ସାସରେ ଥିବା ଜଣେ ବ୍ୟକ୍ତିଙ୍କର ଘରେ ଦେଖିବାକୁ ମିଳିଛି। ଦିନେ ଏହି ବ୍ୟକ୍ତିଜଣଙ୍କର ଘରର କେବୁଲ ତାର ଖରାପ ହୋଇଯାଇଥିଲା, ସେ କେବୁଲ ଠିକ୍ କରିବାକୁ ଘର ତଳକୁ ଯାଇଥିଲେ। ସେଠାରେ ପହଁଞ୍ଚି ସେ ଯାହା ଦେଖିଲେ ସେଥିରେ ତାଙ୍କ ହୋଶ ଉଡିଯାଇଥିଲା।

ସାପ ଗୁଡିକୁ ଦେଖିବା ମାତ୍ରେ ସେ ତୁରନ୍ତ ଟିମ୍ ବିଗ୍ କଣ୍ଟ୍ରି ସ୍ନେକ ରିମୋଭାଲ ଗ୍ରୁପକୁ ଡକାଇଥିଲେ। ଏହି ଗ୍ରୁପ ନିଜର ଫ୍ରେସବୁକ୍ ପୋଷ୍ଟରେ ଲେଖିଛି ‘ଘର ମାଲିକଙ୍କ ଘର ତଳେ ଏଭଳି କିଛି ସାପ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଆମକୁ ଡକାଯାଇଥିଲା। ଆମେ ଏହାକୁ ବାହାର କରିବାକୁ ଗଲା ବେଳେ ସେଠାରେ ଆହୁରି ଅନେକ ବଡ ସାପ ଦେଖିବାକୁ ମିଳିଥିଲା।’ ଏହି ଟିମ୍ ସେଠାରୁ ସମସ୍ତ ସାପକୁ ବାହାର କରି ଦୂର ଜଙ୍ଗଲରେ ଏହାକୁ ଛାଡି ଦେଇଥିଲା। ଯେଉଁଠି ଦୂର ଦୂର ପର୍ଯ୍ୟନ୍ତ କୌଣସି ଜନବସତି ନାହିଁ। ତେବେ ଟେକ୍ସାସରେ ଏଭଳି ସାପ ମିଳିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ ଡିସେମ୍ବରରେ ଗୋଟିଏ ଘରୁ ୩୦ଟି ସାପ ମିଳିଥିଲା।