PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

‘ଲାଲ ସିଂ ଚଡ୍ଢାକୁ’ ନେଇ ଏପରି ରହିଛି ଅମୀରଙ୍କ ପ୍ଲାନ୍, ଜାଣନ୍ତୁ କେବେ ହେବ ଟ୍ରେଲର ରିଲିଜ୍

ମୁମ୍ବାଇ, ୨୧/୫: ବଲିଉଡ଼ର ମିଷ୍ଟର ପରଫେକ୍ଟ ନାମରେ ପରିଚିତ ଅମୀର ଖାନ । ତାଙ୍କ ଫିଲ୍ମକୁ ଫ୍ୟାନ୍ସମାନେ ଚାତକ ପରି ଅନାଇ ବସିଥାନ୍ତି । ଅମୀରଙ୍କ ଆଗାମୀ ଫିଲ୍ମକୁ ନେଇ ଏବେ ଠୁ ତାଙ୍କର ଫ୍ୟାନ୍ସମାନଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । ପ୍ରାୟ ୪ବର୍ଷ ପରେ ବଡ଼ ପରଦାରେ ନଜର ଆସିବେ ଅମୀର ଖାନ । ତାଙ୍କର ଶେଷ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ ଯାହା ୨୦୧୮ରେ ରିଲିଜ ହୋଇଥିଲା ।

ଏହା ଭିତରେ ‘ଲାଲ ସିଂ ଚଡ୍ଢା’ର ଟ୍ରେଲର ରିଲିଜକୁ ନେଇ ଆସୁଛି ବଡ଼ ଖବର । କୁହାଯାଉଛି କି ଆଇପିଏଲ୍ ଫାଇନାଲ ଦିନ ଏହାକୁ ରିଲିଜ କରାଯିବ । ଆଇପିଏଲ୍ ଫାଇନାଲ ୨୦୨୨ ମେ ୨୯ରେ ହେବାକୁ ଥିବାବେଳେ ଏହି ଦିନ ଏହାକୁ ଲଞ୍ଚ କରାଯିବ । ଏହା ପ୍ରଥମ ଥର ଏପରି ହେବାକୁ ଯାଉଛି ଯେତେବେଳେ ଦର୍ଶକମାନେ କ୍ରିକେଟ ମ୍ୟାଚ୍ ଦେଖୁଥିବାବେଳେ ଏହାର ଟ୍ରେଲର ଦେଖିବେ। ମ୍ୟାଚର ଦ୍ବିତୀୟ ଭାଗରେ ଷ୍ଟାର ସ୍ପୋର୍ଟ୍ସରେ ଏହାର ଟ୍ରେଲରକୁ ପ୍ରସାରଣ କରାଯିବ । କୌଣସି ଫିଲ୍ମର ଟ୍ରେଲର ଛୋଟ ପରଦାରେ ରିଲିଜ ହେବା ପ୍ରଥମ ଘଟଣା। ‘ଲାଲ ସିଂ ଚଡ୍ଢା’ ହଲିଉଡ଼ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ।