ଆମିର ଖାନ ଆରମ୍ଭ କଲେ ‘ଲାଲ ସିଂହ ଚଢା’ର ପ୍ରମୋସନ

ମୁମ୍ୱାଇ : ଆମିର ଖାନ ଖୁବ୍ ଶୀଘ୍ର ଫିଲ୍ମ ‘ଲାଲ ସିଂହ ଚଢା’ରେ ନଜର ଆସିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଫିଲ୍ମର ଖୁବ୍ ଜୋରସୋରରେ ପ୍ରମୋସନ ଆରମ୍ଭ କରି ଦେଇଛନ୍ତି । ଆଜି ଅର୍ଥାତ୍ ଶନିବାର ଆମିର ଫିଲ୍ମର ଟ୍ରେଲର ପ୍ରିଭ୍ୟୁ ପାଇଁ ପହଞ୍ଚିଥିଲେ। ଏହି ସମୟରେ ତାଙ୍କର ଲୁକ୍ ବହୁତ କାଜୁଆଲ ଥିଲା । ସେ ବ୍ଲୁ କଲରର ଧୋତି ପ୍ୟାଣ୍ଟ , ହ୍ୱାଇଟ୍ ଟି-ସାର୍ଟ ଓ ପିଙ୍କ୍ ସାର୍ଟ ପିନ୍ଧିଥିଲେ।
ଇଭେଣ୍ଟରେ ପହଞ୍ଚିବା ପରେ ପ୍ରଥମେ ଆମିର ଫଟୋଗ୍ରାଫରଙ୍କୁ ପୋଜ୍ ଦେଇଥିଲେ ଏବଂ ପୁଣି ସେ ଗୁପଚୁପ ଖାଇବାକୁ ଚାଲିଯାଇ ଥିଲେ। ଏହି ସମୟରେ ଆମିରଙ୍କ ସହ ଫିଲ୍ମ ଡାଇରେକ୍ଟର ଅଦୈତ ଚନ୍ଦନ ମଧ୍ୟ ଥିଲେ। ଉଭୟ ପୁଣି ସାଥି ହୋଇ ଫଟୋ କ୍ଲିକ୍ କରି ଥିଲେ।
କହି ରଖୁଛୁ କି, ଫିଲ୍ମର ଟ୍ରେଲର ରବିବାର ରିଲିଜ୍ ହେବ , ଆଉ ଏହା ବି ଆଇପିଏଲ୍ ୨୦୨୨ର ଫାଇନାଲରେ। ଫିଲ୍ମରେ ଆମିରଙ୍କ ସହ କରୀନା କପୁର ଖାନ , ନାଗା ଚୈତନ୍ୟ ଓ ମୋନା ସିହଂ ଲିଡ୍ ରୋଲରେ ଅଛନ୍ତି । ଲାଲ ସିଂହ ଚଢ଼ା , ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପ ସହ ପ୍ରେରିତ , ଯାହା ୧୯୯୪ ମସିହାରେ ରିଲିଜ ହୋଇଥିଲା । ଫିଲ୍ମ ୧୧ ଅଗଷ୍ଟ ୨୦୨୨ରେ ରିଲିଜ ହେବ ।